37.2 C
Bhubaneswar
Friday, April 19, 2024
Homeଅପରାଧବାହାବେଦୀକୁ ଯିବା ପୂର୍ବରୁ ଯୁବକଙ୍କୁ ଗୁଳି

ବାହାବେଦୀକୁ ଯିବା ପୂର୍ବରୁ ଯୁବକଙ୍କୁ ଗୁଳି

ଗଞ୍ଜାମ : ଆଜି ବାହାଘର ହୋଇଥା’ନ୍ତା । ହେଲେ ମଙ୍ଗଳବାର ରାତିରେ ଖାଇଲେ ଗୁଳି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଯୁବକ । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ମଙ୍ଗଳବାର ରାତି ୯ଟାରେ ଗୁଳିକାଣ୍ଡ ଘଟିଥିଲା । ଗୁରୁତର ଯୁବକ ହେଲେ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଭାଲିଆଝର ଗ୍ରାମର ଜିତେନ୍ଦ୍ର ବାରିକ(୩୦) । ଜିତେନ୍ଦ୍ର ତାଙ୍କ ମାଉସୀ ଘର ମାଣିକପୁରକୁ ଆସିଥିଲେ । ଆଜି ମା’ ରାହାଣ ଦେବୀ ମନ୍ଦିରରେ ମାମୁ ଝିଅକୁ ବିବାହ କରିଥା’ନ୍ତେ । ତେବେ ମଙ୍ଗଳବାର ରାତି ୯ ଟାରେ ମାଉସୀ ଘର ବାରଣ୍ଡାରେ ଛିଡ଼ା ହୋଇ ମୋବାଇଲରେ କଥା ହେଉଥିଲେ । ଏହି ସମୟରେ କେହି ଅଜଣା ଦୁର୍ବୃତ୍ତ ତାଙ୍କ ପଛ ପଟୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି ।

ଗୁଳି ଫୁଟାଇବା ପରେ ଦୁର୍ବୃତ୍ତ ଆଖି ପିଛୁଳାକେ ଚମ୍ପଟ ମାରିଛି । ଗୋଟିଏ ରାଉଣ୍ଡ ଗୁଳି ପିଠିରେ ବାଜି ପେଟ ପଟେ ବାହାରି ଯାଇଥିବା ଡାକ୍ତର କହିଛନ୍ତି । ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ କଳହକୁ କେନ୍ଦ୍ରକରି ଗୁଳି ଚାଳନା ହୋଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛନ୍ତି । ପୁଲିସ୍ କହିଛି ଯେ ଜିତେନ୍ଦ୍ରଙ୍କ ଦୁଇଜଣ ମା’ । ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏହି ଗୁଳି ଚାଳନା ହୋଇଥିବା ସନ୍ଦେହ କରାଯାଉଛି । ପୁଲିସ୍ ଖଲ୍ଲିକୋଟ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking