43.9 C
Bhubaneswar
Friday, April 19, 2024
Homeଅପରାଧମଦ ପିଉଥିବାବେଳେ ବଚସା : ମରଣାନ୍ତକ ଆକ୍ରମଣ,ଗୁଳିମାଡ଼

ମଦ ପିଉଥିବାବେଳେ ବଚସା : ମରଣାନ୍ତକ ଆକ୍ରମଣ,ଗୁଳିମାଡ଼

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ସୋରଠାରେ ୩ଜଣ ବ୍ୟକ୍ତି ମଦ ପିଉଥିବା ବେଳେ କୌଣସି କାରଣରୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଗୁରୁତର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସୋର ଅଞ୍ଚଳର କୈଳାଶଚନ୍ଦ୍ର ମହାଳିକ । ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ସୋର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବାରେ ବସି ୩ଜଣ ବ୍ୟକ୍ତି ମଦ ପିଉଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସେଠାରେ ବସିଥିବା ଦୁଇ ଜଣ ଯୁବକ କୈଳାଶଙ୍କୁ ଏକ ଧାରୁଆ ଅସ୍ତ୍ରରେ ତାଙ୍କର ବାମପଟ କାନ୍ଧକୁ ଆକ୍ରମଣ କରିବା ପରେ ହଠାତ ବନ୍ଧୁକ ବାହାର କରି ଗୁଳିମାଡ଼ କରିଥିଲେ । ଫଳରେ ଗୁଳିଟି ତାଙ୍କ ଗୋଡ଼ରେ ବାଜି ବାହାରି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଭତ୍ତି କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking