28.1 C
Bhubaneswar
Friday, March 29, 2024
Homeଅପରାଧଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ

ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଡାକ୍ତରଙ୍କୁ ଗୁଳିମାଡ । ଏକ କ୍ଲିନକରେ ପଶି ଶିଶୁରୋଗ ବିଶେଷଜ୍ଞ ମାନସ ଦାସଙ୍କୁ ଗୁଳମାଡ ହୋଇଛି । ଗୁଳିମାଡରେ ଡାକ୍ତର ଗୁରୁତର ହୋଇଥିବା ଜଣାପଡିଛି । ଡାକ୍ତରଙ୍କ ସହ ଜଣେ ଔଷଧ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଔଷଧ ଦୋକାନରେ ଥିବା କ୍ଲିନକରେ ରୋଗୀ ଦେଖୁଥିଲେ ସେହି ସମୟରେ କିଛି ଦୁର୍ବୃତ୍ତ ହଠାତ ଦୋକାନ ଭିତରେ ପଶି ଗୁଳିମାଡ କରିଥିଲେ । ୨ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ କରିବା ପରେ ଘଟଣା ସ୍ଥଳରୁ ଚମ୍ପଟ ହୋଇଯାଇଥିଲେ । ଘଟଣା ସ୍ଥଳରେ ଖୋର୍ଦ୍ଧା ଏସପି ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି । ତେବେ କିଏ ଓ ଓ କାହିଁକି ଏଭଳି ଘଟଣା ଘଟାଇଛି ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
https://onakhabar.com/2019/12/15/train-communication-to-4-states-including-odisha-hampers-due-to-caa-agitation/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking