28.9 C
Bhubaneswar
Wednesday, April 17, 2024
Homeଓଡିଶାନିଆଁରେ ପୋଡ଼ି ହୋଇ ଜଳିଗଲେ ଦୁଇ ଭଉଣୀ

ନିଆଁରେ ପୋଡ଼ି ହୋଇ ଜଳିଗଲେ ଦୁଇ ଭଉଣୀ

ଉମରକୋଟ : ମକା କିଆରିରେ ଥିବା କୁଡିଆରେ ଖେଳୁଥିବା ବେଳେ ହଠାତ୍‌ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଗଲେ ୨ ଭଉଣୀ ।ଘଟଣାଟି ଘଟିଛି, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ମଇନାପଦର ଗାଁରେ । ମୃତକ ହେଲେ ଏଲିନା ସାନ୍ତା(୩) ଓ ସୁଜାତା ସାନ୍ତା(୪)। ସୌଭାଗ୍ୟବଶତଃ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ନାଁ ଅର୍ଚ୍ଚିତା ସାନ୍ତା।
ସୂଚନା ଅନୁଯାୟୀ, ମଇନାପଦର ଗାଁର କାମସାହିରେ ରବିବାର ଅପରାହ୍ଣରେ ରବିବାର ମକା କିଆରିରେ ଥିବା ଏକ କୁଡିଆରେ ଗୋଟିଏ ପରିବାରର ୩ ଭଉଣୀ ଖେଳୁଥିବା ବେଳେ କିଛି ଦୂରରେ ସେମାନଙ୍କ ବାପା ମା’ ଜମିରେ କାମ କରୁଥିଲେ। ଏହି ସମୟରେ କୌଣସି କାରଣରୁ ହଠାତ୍‌ କୁଡିଆରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯିବା ଦେଖି କୁଡିଆ ଭିତରୁ ଅର୍ଚ୍ଚିତା ଦୌଡ଼ି ପଳାଇ ଆସି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିବାବେଳେ ଏଲିନା ଓ ସୁଜାତା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
କୁଡିଆରେ କିଭଳି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଝରିଗାଁ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking