40.1 C
Bhubaneswar
Wednesday, April 24, 2024
Homeଓଡିଶାସମ୍ଭାବ୍ୟ ବାତ୍ୟା "ୟସ’କୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗର ପୁଣିି ବୈଠକ

ସମ୍ଭାବ୍ୟ ବାତ୍ୟା “ୟସ’କୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗର ପୁଣିି ବୈଠକ

କଟକ : ଓଡିଶା ଉପକୂଳ ଆଡକୁ ମୁହାଁଇଥିବା ସମ୍ଭାବ୍ୟ ବାତ୍ୟା “ୟସ’କୁ ଦୃଷ୍ଟିରେ ରଖି ଓଡିଶା ଅଗ୍ନିଶମ ବିଭାଗ ତରଫରୁ ପୁଣି ଥରେ ପ୍ରସ୍ତୁତି ବୈଠକ କରାଯାଇଛି । ଏହି ଅବସରରେ ଆଜି ଅଗ୍ନିଶମ ମହାନିର୍ଦେଶକ ଏମ. ଅକ୍ଷୟ ଭିଡିଓ କନ୍‌ଫେରେନି୍ସ ଜରିଆରେ ରାଜ୍ୟରେ ସମସ୍ତ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲା ଗୁଡିକରେ ମୋଟ ୧୯୦ ଗୋଟି ଉଦ୍ଧାରକାରି ଦଳକୁ ମୁତୟନ କରାଯାଇଛି । ପ୍ରତ୍ୟେକ ଦଳରେ ପାୱାର ସ, କମ୍ବି ଟୁଲିସ, ଟାୱାର ଲାଇଟ୍ ଏବଂ ଅନ୍ୟ ଉପକରଣ ଥିବା ବେଳେ ପ୍ରତ୍ୟେକ ଜିଲ୍ଲା ରେ ଗୋଟିଏ ଗୋଟିଏ ପ୍ଲାଜମା କଟର ମଧ୍ୟ ମହଜୁଦ ଅଛି । ଏହି ଦଳ ଗୁଡିକ ବାତ୍ୟା ସମୟରେ ଉପୁଜି ଥିବା ଗଛ ଗୁଡିକ କାଟିବା ସହ ବିଦ୍ୟୁତ ଖୁଣ୍ଟକୁ ମଧ୍ୟ କାଟି ରାସ୍ତା ସଫା କରିପାରିବେ । ପ୍ରତ୍ୟେକ ଜିଲ୍ଲାର ସଦର ମହାକୁମାରେ ଜଣେ ଲେଖାଏଁ ଅଗ୍ନିଶମ ଅଧିକାରୀ ଦାୟିତ୍ୱରେ ରହିବା ସହ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ।

ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ମୁଖ୍ୟତଃ ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଗୁଡିକୁ ଚିହ୍ନଟ କରାଯାଇ ସେଇ ସ୍ଥାନ ମାନଙ୍କରେ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ଅଗ୍ନିଶମ ଟିମ୍ ଗୁଡିକୁ ମୁତୟନ କରାଯିବା ଉପରେ ଅଗ୍ନିଶମ ମହାନିର୍ଦ୍ଦେଶକ ଗୁରୁତ୍ୱାରୋପ କରିଥିଲେ । ଏତଦ୍ ଭିନ୍ନ କର୍ମଚାରୀମାନଙ୍କୁ ଉଦ୍ଧାରକାରୀ ଯନ୍ତ୍ରାଂଶ ସହ ପ୍ରସ୍ତୁତ ରହିବା ସହ, କୋଭିନ୍ସ ନିର୍ଦେଶାବଳୀକୁ ମାନି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ସହିତ ଆବଶ୍ୟକ ବେଳେ ଟିମ ଗୁଡିକର ଅନ୍ୟ ଆବଶ୍ୟକ ଜାଗା ମାନଙ୍କରେ ପୁନଃ ବିନିଯୋଗ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ବାତ୍ୟାକୁ ମୁକାବିଲା କରିବାରେ ଏହାର ପୂର୍ବ ଅଭିଜ୍ଞତାକୁ ପୂର୍ଣ ଉପଯୋଗ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିବାବେଳେ କର୍ମଚାରୀମାନଙ୍କୁ ଯୋଗାଇ ଦିଆଯାଇଥିବା ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତିକୁ ବ୍ୟବହାର କରି ଯେତେ ଶୀଘ୍ର ସମ୍ଭବ ରାସ୍ତା ସଫା କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା । ଏହା ବ୍ୟତୀତ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟତଃ କଟକ, ଭୁବନେଶ୍ୱର, ପୁରୀ ଇତ୍ୟାଦି ସହରର ଜଳମଗ୍ନ ଅଞ୍ଚଳ ମାନଙ୍କରେ ପମ୍ପ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦେଶ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking