କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡ଼ରେ ଅଗ୍ନିଶମ ବିଭାଗ

ଭୁବନେଶ୍ୱର :ସଦଗୁରୁ ହସ୍ପିଟାଲ ଅଗ୍ନିକାଣ୍ଡ ପରେ ଆଜି ଆକ୍ସନ ମୁଡ୍‌ ରେ ଅଗ୍ନିଶମ ବିଭାଗ। ଗତକାଲି ଓଡିଶା ଅଗ୍ନିଶମ ବିଭାଗର ୩୯ଟି ଟିମ୍ ୩୩ଟି କୋଭିଡ ହସ୍ପିଟାଲ , ୨୬ଟି କୋଭିଡ କେୟାର ସେଣ୍ଟର ଓ ଗୋଟିଏ କୋଭିଡ ଆଇସୋଲେସନ ସେଣ୍ଟର ପରିଦର୍ଶନ କରି ଅଗ୍ନି ନିରାପତ୍ତା ମାପର ଯଥେଷ୍ଟତା ଓ କାର୍ଯ୍ୟକ୍ଷମତା ବିଷୟରେ ପରଖିଥିଲେ । ରାଜଧାନୀରେ ୩ଟି କୋଭିଡ୍ ହସ୍ପିଟାଲରେ ଅଗ୍ନିଶମ ଟିମ୍‌ ଯାଞ୍ଚ କରିବା ସହ ମକ୍‌ ଡ୍ରିଲ୍ କରିଥିଲା। ସୂଚନାନୁସାରେ, ସମ୍, କିମସ୍ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ଏହି ମକ୍‌ ଡ୍ରିଲ୍ କରାଯାଇଥିଲା। ମୁଖ୍ୟତଃ ତିନୋଟି ଦିଗ ଉପରେ ଧ୍ୟାନ ଦିଆଯାଇଥିଲା। କୋଭିଡ୍ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କିପରି ଅଛି, ଲାଗିଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଓ ବ୍ୟବସ୍ଥା କିପରି କାମ କରୁଛି, କୌଣସି ଅଘଟଣ ଘଟିଲାବେଳେ ହସ୍ପିଟାଲ କର୍ମଚାରୀ ମୁକାବିଲା କରିବା ପ୍ରଶିକ୍ଷଣ ପାଇଛନ୍ତି ଇତ୍ୟାଦି ଉପରେ ଗୁରୁତ୍ବ ଦିଆଯାଇଥିଲା। ତେବେ ତିନୋଟିଯାକ କୋଭିଡ୍ ହସ୍ପିଟାଲରେ ଅଗ୍ନି ନିର୍ବାପକ ଯନ୍ତ୍ର ଠିକ୍ ରହିଥିବା ଜଣାପଡ଼ିଥିଲା। ହସ୍ପିଟାଲ କର୍ମଚାରୀମାନେ ଅଗ୍ନିଶମ କର୍ମଚାରୀଙ୍କ ସହ ମିଶି ମକ୍‌ ଡ୍ରିଲ୍ କରିଥିଲେ। ନିଆଁ ଲିଭାଇବା ସହ କିଭଳି ଉଦ୍ଧାର କାର୍ଯ୍ୟ କରାଯିବ ସେ ନେଇ ଡେମୋ ଦେଖାଇଥିଲେ। ଗତକାଲି କଟକ ଜଗତପୁରସ୍ଥିତ ସଦ୍‌ଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ରାଜଧାନୀର ୩ କୋଭିଡ୍‌ ହସ୍ପିଟାଲରେ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପନ ବ୍ୟବସ୍ଥାର କଡ଼ାକଡ଼ି ଯାଞ୍ଚ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here