27.1 C
Bhubaneswar
Friday, March 29, 2024
HomeUncategorizedପୁଣି ଧରା ହେଲେ ଲାଞ୍ଚୁଆ ଅଧିକାରୀ

ପୁଣି ଧରା ହେଲେ ଲାଞ୍ଚୁଆ ଅଧିକାରୀ

କଳାହାଣ୍ଡି: ରାଜ୍ୟ ସରକାର ସରକାରୀ ବିଭାଗରେ ସ୍ବଚ୍ଚତା ଆଣିବା ନିମନ୍ତେ ୫ଟି ଯୋଜନା ପ୍ରଣୟନ କରି ଅନେକ ବିଭାଗକୁ ଏହା ଅନ୍ତର୍ଭୁକ୍ତ କରିଛନ୍ତି । ହେଲେ ଲାଞ୍ଚୁଆ ଅଧିକାରୀଙ୍କ ଲାଞ୍ଚ ନେବା ମନୋବୃତି ବଦଳାଇ ପାରିବାରେ ଅକ୍ଷମ । କିଛି ଲାଞ୍ଚୁଆ ଅଧିକାରୀ ଜନସାଧାରଣଙ୍କୁ ସେବା ଦେବା ପରିବର୍ତ୍ତେ, ନିଜ ପଦବୀର ଅପବ୍ୟବହାର କରି ଟଙ୍କା ରୋଜଗାର କରିବାର ମାଧ୍ୟମ କରିନେଇଛନ୍ତି । ଏପରି ଏକ ଘଟଣା ନଜରକୁ ଆସିଛି କଳାହାଣ୍ଡି ଜିଲ୍ଲା, ନର୍ଲା ବ୍ଲକ ରୁ । ନର୍ଲା ବ୍ଲକ ଅନ୍ତର୍ଗତ ଛତିଗୁଡା ନିବାସୀ, କରଣ ସାହୁଙ୍କ ଅଭିଯୋଗ ଅନୁସାରେ, ଗତ ୧୭ ତାରିଖ ଦିନ ତାଙ୍କ ଦୁଆର ମୁହଁରେ ପାର୍କିଂରେ ଛିଡା ହୋଇଥିବା ଗାଡ଼ିଟିକୁ କୌଣସି ଦୁର୍ବୁର୍ତ୍ତ, ବିଳମ୍ବିତ ରାତିରେ ନିଆଁ ଲଗେଇ ଦେଇଥିଲେ । ଯାହା ଫଳରେ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ଏହି ଗାଡିର ବୀମା ରାଶି ପ୍ରାପ୍ୟ ନିମନ୍ତେ, ବୀମା କମ୍ପାନୀ ଅଧିକାରୀ କରଣ ସାହୁଙ୍କୁ, ଅଗ୍ନିଶମ ଅଧିକାରୀଙ୍କ ଯାଞ୍ଚ ରିପୋର୍ଟ ତଲବ କରିଥିଲେ । କରଣ ସାହୁ ଏହା ସମ୍ପର୍କରେ ନର୍ଲା ଅଗ୍ନିଶମ ବିଭାଗ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ ।

କିନ୍ତୁ ନର୍ଲା ଅଗ୍ନିଶମ ବିଭାଗ ଅଧିକାରୀ ଅନୁପମ ବାଗ ଏହି ଯାଞ୍ଚ ରିପୋର୍ଟ ଦେବାପାଇଁ କରଣ ସାହୁଙ୍କୁ ୪ ହଜ଼ାର ଟଙ୍କା ଲାଞ୍ଚ ମାଗିଥିଲେ । କରଣ ସାହୁ ଏହା ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ପରେ, ଆଜି ଭବାନୀପାଟଣା ଭିଜିଲାନ୍ସ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ସତ୍ୟବାନ ମହନନ୍ଦଙ୍କ ନେତୃତ୍ୱରେ ଏକ ଟିମ, ନର୍ଲା ପହଞ୍ଚି, ଲାଞ୍ଚ ଟଙ୍କା ନେବା ସମୟରେ ଚଢ଼ାଉ କରି ଅନୁପମ ବାଗଙ୍କୁ ଗିରଫ କରିବା ସହିତ ରାସାୟନିକ କାଳି ବୋଳା ଯାଇଥିବା, ୪ ହଜାର ଟଙ୍କା ଜବତ କରିଥିବା ନେଇ ଶ୍ରୀଯୁକ୍ତ ମହନନ୍ଦ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking