27.1 C
Bhubaneswar
Friday, March 29, 2024
Homeଓଡିଶାମାଟ୍ରିକ ପରୀକ୍ଷା କେନ୍ଦ୍ର କେସି ହାଇସ୍କୁଲରେ ଅଗ୍ନିକାଣ୍ଡ

ମାଟ୍ରିକ ପରୀକ୍ଷା କେନ୍ଦ୍ର କେସି ହାଇସ୍କୁଲରେ ଅଗ୍ନିକାଣ୍ଡ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରିସ୍ଥିତ କୈଳାସ ଚନ୍ଦ୍ର ହାଇସ୍କୁଲରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ହାଇସ୍କୁଲଟି ମାଟ୍ରିକ ପରୀକ୍ଷା ପାଇଁ ହବ୍ ସେଣ୍ଟର କରାଯାଇଥିଲା । ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଉକ୍ତ ହାଇସ୍କୁଲର କିରାଣି କକ୍ଷରେ ଧୂଆଁ ବାହାରୁଥିବା ଦେଖି ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀମାନେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଆଇଆଇସି ମିନତି ବିଶ୍ୱାଳ, ସବଇନ୍ସପେକ୍ଟର ବାସୁଦେବ ଜୟସିଂ, ସସ୍ମିତା ମଲିକ ପ୍ରମୁଖ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବିଦ୍ୟୁତ ସର୍ଟସର୍କିଟ ଘଟି କମ୍ପୁଟର, ପ୍ରିଣ୍ଟର ପ୍ରଭୃତି ପୋଡ଼ି ଯାଇଥିବା ବେଳେ ହାଇସ୍କୁଲଟି ଧୂଆଁମୟ ହୋଇ ପଡିଛି। ସେହିପରି ଅଗ୍ନିକାଣ୍ଡସ୍ଥଳକୁ ବାଲେଶ୍ଵର ଡିଇଓ ଏବଂ ନୀଳଗିରି ବିଇଓ ପହଞ୍ଚିବା ପରେ ପ୍ରଶ୍ନପତ୍ର ଥିବା କୋଠରୀ ଖୋଲା ଯିବ ବୋଲି କୁହାଯାଉଛି। ତେବେ ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁ ହୋଇଛି ନା ଆଉ କିଛି, ସେ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking