32.1 C
Bhubaneswar
Thursday, March 28, 2024
Homeଓଡିଶାକିନ୍ନର ବସ୍ତିରେ ଅଗ୍ନିକାଣ୍ଡ

କିନ୍ନର ବସ୍ତିରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ସ୍ଥାନ ବାଣୀବିହାରରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଏହି ଘଟଣାଟି ସହିଦନଗର ଥାନା ଅଧୀନ ବାଣୀବିହାର କିନ୍ନର ବସ୍ତିରେ ନିଆଁ ଲାଗିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ହଠାତ ବସ୍ତିରେ ନିଆଁ ଜଳୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ସେମାନେ ସଙ୍ଗେସଙ୍ଗେ ଅଗ୍ନିଶମ କେନ୍ଦ୍ର ଓ ସହିଦ ନଗର ପୁଲିସକୁ ଫୋନ କରି ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ଏକ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗିଥିବା ଘର ଗୁଡିକରେ ମହିଳାମାନେ ରୁହନ୍ତି । ତେବେ ଘରେ କେହି ନଥିବା ଏବଂ ଘରେ କିଛି ସାମଗ୍ରୀ ନଥିବା ବେଳେ ନିଆଁ କିପରି ଲାଗିଲା ତାହା ନେଇ ସ୍ଥାନୀୟ ଲୋକ ଦ୍ୱନ୍ଦରେ ପଡିଛନ୍ତି । ହେଲେ ଭାଗ୍ୟବଶତଃ ଗତକାଲି ରାତିରେ ସେହି ଘରେ କେହି ନଥିଲେ । ଏବଂ ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ କି କେହି ମୃତାହତ ହୋଇନଥିବା ଜଣାପଡିଛି । କିନ୍ତୁ ଅଗ୍ନିକାଣ୍ଡରେ ୪ରୁ ଅଧିକ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ସମୟରେ ଘରେ କେହି ନଥିବା ପୁଲିସ ସୂଚନା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking