26.1 C
Bhubaneswar
Wednesday, May 25, 2022
Homeଓଡିଶାହୋଟେଲରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ

ହୋଟେଲରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ

ବାଲେଶ୍ୱର : ଓଡିଶା ସୀମାନ୍ତରେ ଅବସ୍ଥିତ ପଶ୍ଚିମବଙ୍ଗର ଦୀଘାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହୋଟେଲର ଦ୍ୱିତୀୟ ମହଲାରେ ନିଆଁ ଲାଗିବା ସହ ପ୍ରବଳ ମାତ୍ରାରେ କଳା ଧୂଆଁ ବାହାରିବାରେ ଲାଗିଛି । ସେହି ହୋଟେଲରେ ଭୁବନେଶ୍ୱର ଓ ଭୋଗରାଇର ଦୁଇ ପର୍ଯ୍ୟଟକ ଥିଲେ । ଭୁବନେଶ୍ୱରର ଶିବବ୍ରତ ମିଶ୍ର ଗୁରୁତର ହୋଇ ଦୀଘା ହସ୍ପିଟାଲରେରେ ଚିକିତ୍ସା ହେଉଛନ୍ତି । ହୋଟେଲରେ ଥିବା କିଛି ମହିଳା ମଧ୍ୟ ଜୀବନ ବଞ୍ଚାଇବା ପାଇଁ ପାଇପ ଯୋଗେ ତଳକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି । ତଳ ମହଲାରେ ଥିବା ପର୍ଯ୍ୟଟକ ଶୀଘ୍ର ହୋଟେଲ ଛାଡି ରାସ୍ତାରେ ବାହାରକୁ ଆସିଯାଇଥିଲେ । ଦ୍ୱିତୀୟ ମହଲାରେ ଥିବା କେତେକ ପର୍ଯ୍ୟଟକ ନିଜ ଜୀବନକୁ ବଞ୍ଚାଇବା ପାଇଁ କୌଣସି ପ୍ରକାରେ ରେଲିଂକୁ ଡେଇଁପଡିଥିଲେ । ତେବେ ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ ରାମନଗର ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଘଟଣାସ୍ଥଳରେ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking