39.4 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗକୋଭିଡ଼ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

କୋଭିଡ଼ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

କଟକ:କଟକ ଜଗତପୁରର ସଦଗୁରୁ କୋଭିଡ଼ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । କୋଭିଡ଼ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଛି । ନିଆଁକୁ ଆୟତ କରିବାରେ ପ୍ରୟାସ ଜାରି ରଖିଛି ଦମକଳ ବାହିନୀ । କିନ୍ତୁ କିପରି ଓ କାହିଁକି ନିଆଁ ଲାଗିଛି ସେନେଇ କୌଣସି ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଅନ୍ୟପଟେ ସର୍ଟସର୍କିିଟିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । କଟକରୁ ୧୦ରୁ ଅଧିକ ଆମ୍ବୁଲାନ୍ସ ଡକାଯାଇ ରୋଗୀଙ୍କୁ ପଠାଯାଉଛି । ତେବେ ନିଆଁରେ ପୋଡିହୋଇ କିଛି କରୋନା ଆକ୍ରାନ୍ତ ଆହତ ହୋଇଥିବା ବି ସୂଚନା ରହିଛି । ଜିଲ୍ଲାପାଳ, ଡିସିପି, ସିଏମସି କମିଶନର ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ସୂଚନା ମିଳିଛି । କଟକ ଡିସିପି ଓ ଚିଫ୍ ଫାୟାର ଅଫିସର ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ତେବେ ହସ୍ପିଟାଲରୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସଦଗୁରୁ କୋଭିଡ ହସ୍ପିଟାଲରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣାଦିନ ରହିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଚିଫ୍ ଫାୟାର ଅଫିସର । ସମସ୍ତ କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ହସ୍ପିଟାଲରେ ଥିବା ସମସ୍ତ ୧୨୭ ଆକ୍ରାନ୍ତଙ୍କୁ ସ୍ତାନାନ୍ତର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking