ମସ୍କୋ : ରୁଷ୍ ରାଜଧାନୀ ମସ୍କୋରେ ଥିବା ଏକ ୧୫ ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଲାଗି ୮ ଜଣଙ୍କର ମୃତ୍ୟୁ ଘଟଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଜଣେ ସୁରକ୍ଷା ଅଧିକାରୀଙ୍କ ଅନୁସାରେ ନିଆଁ ଲାଗିବା ପରେ ବିଲ୍ଡିଂରୁ ପ୍ରାୟ ୨୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ତେବେ ଏହି ନିଆଁ କିପରି ଲାଗିଲା, ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ତେବେ ପ୍ରାରମ୍ଭିକ ତଦନ୍ତରୁ ବିଲ୍ଡିଂର ପ୍ରଥମ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି । ବିଲ୍ଡିଂର ଝରକାରେ ଜାଲି ଲାଗିଥିବା କାରଣରୁ ଲୋକମାନେ ବାହାରିପାରି ନଥିଲେ । ଝରକାରେ ଲାଗିଥିବା ରଡ୍ ଯୋଗୁଁ ଲୋକମାନେ ବାହାରକୁ ବାହରି ନପାରି ପ୍ରାଣ ହରାଇଥିଲେ । ଉଲ୍ଲେଖଯୋଗ୍ୟ, ଏହି ବିଲ୍ଡିଂଟି ଏକ ଛାତ୍ରବାସ ହୋଇଥିବା ବେଳେ ଏଥିରେ ରହୁଥିବା ପ୍ରାୟ ୨୦୦ ଲୋକ ଜୀବନ ବଞ୍ଚାଇ ବାହାରକୁ ପଳାଇ ଆସିବାରେ ସଫଳ ହୋଇଥିଲେ । ଏମର୍ଜେନ୍ସି ବିଭାଗ ଅନୁସାରେ ପ୍ରଥମ ମହଲାରେ ଥିବା ଛାତ୍ରାବାସର ଝରକାରେ ଜାଲି ଲାଗିଥିବା କାରଣରୁ ବହୁ ଲୋକ ବାହାରକୁ ବାହାରିବାରେ ଏହାର ଉପଯୋଗ କରିପାରି ନଥିଲେ । ସୂଚନାଯୋଗ୍ୟ, ମସ୍କୋରେ କମ୍ ଆୟକାରୀ ଲୋକଙ୍କ ପାଇଁ ସାଧାରଣତଃ ହଷ୍ଟ୍ରେଲ୍ ସୁବିଧା କରାଯାଇଥାଏ ।