38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଜୋତା କାରଖାନାରେ ନିଆଁ

ଜୋତା କାରଖାନାରେ ନିଆଁ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆଜି ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଏହା ପୂର୍ବରୁ ଗତ ରବିବାର ଦିନ ଅଗ୍ନିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି କିଛି ଦିନ ପୂର୍ବରୁ ନୂଆଦିଲ୍ଲୀର ଶାଲିମାରବାଗ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ୪ ଜଣ ଲୋକ ଆହତ ହୋଇଥିଲେ । ଆଜି ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳରେ ଥିବା ଦୁଇଟି ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୩ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ନରେଲା ଶିଳ୍ପାଞ୍ଚଳରେ ଥିବା ଦୁଇଟି ଜୋତା କାରଖାନାରେ ନିଆଁ ଲାଗିଥିଲା । ସେଠାରେ ଥିବା ସ୍ଥାନୀୟଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ନିଆଁ ଲିଭାଇବା କାର‌୍ୟ୍ୟରେ ୨୨ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିଲା । ଗୋଟିଏ କାରଖାନାରେ ନିଆଁ ସମ୍ପୂର୍ଣ୍ଣ ବ୍ୟାପି ଯାଇଥିବା ବେଳେ ଅନ୍ୟ କାରଖାନାରେ ଅଗ୍ନିଶମ ବାହିନୀ ନିଆଁ ଲିଭା କାର‌୍ୟ୍ୟ ଜାରି ରଖିଛନ୍ତି । ନିଆଁଲିଭା କାର‌୍ୟ୍ୟରେ ନିୟୋଜିତ ଥିବା୩ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking