37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଭୟାବହ ଅଗ୍ନିକାଣ୍ଡ

ଭୟାବହ ଅଗ୍ନିକାଣ୍ଡ

ରାୟଗଡା: ରାୟଗଡା ସହରର ଟ୍ରେଜେରି ପରିସରରେ ଥିବା କ୍ବାଟରରେ ଆଜି ସଂଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେଜେରି କିରାଣୀ ନିର୍ଭୟ କୁମାର ମଲ୍ଲଙ୍କ କ୍ବାଟରରେ ଏହି ଅଗ୍ନିକାଣ୍ଡ ଘଟଣା ଘଟିଛି। ଏଥିରେ କିରାଣୀ ଜଣକ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଆଜି ସଂଧ୍ୟା ପ୍ରାୟ ୬.୩୦ ସମୟରେ କିରାଣୀ ନିର୍ଭୟ କୁମାର ମଲ୍ଲ ନିଜ କ୍ବାଟର ଆସିଥିଲେ। ସେ ଅଫିସରୁ ଆସି କ୍ବାଟରରେ ଗ୍ୟାସ ଚୁଲାରେ ଚା କରିବା ପାଇଁ ଅଗ୍ନି ସଂଯୋଗ କରିଥିଲେ। ତେବେ ହଠାତ ଅଗ୍ନିକାଣ୍ଡ ଘଟିଥିଲା। ଏହାପରେ କ୍ବାଟରରେ ଚାରିପଟେ ନିଆଁ ବ୍ୟାପି ଯାଇଥିଲା। ତୁରନ୍ତ ସ୍ଥାନୀୟ ବାସିନ୍ଦା ନିଆଁ ଆୟତ୍ତ ପାଇଁ ଉଦ୍ୟମ କରିଥିଲେ।।ତେବେ ତାହା ବଢ଼ିବା ପରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଦମକଳ ବିହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କୌଣସି ବଡଧରଣର କ୍ଷୟକ୍ଷତି ଘଟିନଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking