ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ନୋଏଡା: ନୋଏଡାସ୍ଥିତ ଫେଜ୍‌-୨ କୋତବାଲୀ ଅଂଚଳରେ ଆଜି ଅପରାହ୍ନ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ଖବର ପାଇ ଘଟଣାସ୍ଥଳରେ ୪ ଦମକଳାବାହିନୀ ପହଂଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା ଜାରି ରଖିଛି । ତେବେ ପ୍ଲାଷ୍ଟିକ ଫ୍ରେମ ବନାଉଥିବା ଏହି ଫ୍ୟାକ୍ଟ୍ରିରେ ଦିନ ପ୍ରାୟ ୨.୩୦ ମିନିଟରେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଯାଇଥିଲା । ପରେ ଧିରେ ଧିରେ ଏହା ଅନ୍ୟ ଫ୍ୟାକ୍ଟ୍ରିକୁ ବ୍ୟାପିବାକୁ ଲାଗିଥିଲା । ହେଲେ କ୍ଷତି ହେବାରୁ ପୂର୍ବରୁ ଉକ୍ତ ଫ୍ୟାକ୍ଟ୍ରିଗୁଡିକୁ ଖାଲି କରି ଦିଆଯାଇଥିଲା । ବର୍ତମାନ ଦମକଳର ୬ଟି ଗାଡି ପହଂଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି ।
https://onakhabar.com/2020/03/07/rajya-sabha-candidate-mamata-mahant/