27.8 C
Bhubaneswar
Thursday, April 18, 2024
Homeଓଡିଶାକଟକ ଶିଶୁ ଭବନରେ ଅଗ୍ନିକାଣ୍ଡ

କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଆଜି କଟକ ଶିଶୁଭବନରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଯାଇଛି । ନିଆଁ ଲାଗିବା ପରେ ତତକ୍ଷଣାତ୍ ନିଆଁକୁ ଆୟତ୍ତ କରାଯାଇଛି । ତେବେ ଅଗ୍ନିକାଣ୍ଡରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି । ଶିଶୁ ଭବନର କିଛି ବିଦ୍ୟୁତ୍ ତାର ଜଳିଯାଇଥିବା ସୂଚନା ମିଳିଛି । ସାମୟିକ ଭାବେ ଡାକ୍ତରଖାନାର ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଛି । ୨୦୧୫ ମସିହାରେ ଶିଶୁଭବନର ନ୍ୟୁ ବର୍ଣ୍ଣ ୱାର୍ଡରେ ନିଆଁ ଲାଗିଥିଲା। ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ନ୍ୟୁ ବର୍ଣ୍ଣ ୱାର୍ଡର ୱାର୍ମର୍ ଲାଇଟର ହୋଲଡରରେ ସର୍ଟସର୍କିଟରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ସେହି ନିଆଁ ଧୀରେ ଧୀରେ ୱାର୍ଡର ଅନ୍ୟ ସ୍ଥାନକୁ ନିଆଁ ବ୍ୟାପୀ ଯାଇଥିଲା। ୱାର୍ଡ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ନଷ୍ଟ ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking