34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି: ମୁଖ୍ୟମନ୍ତ୍ରୀ

ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତ ୩ଦିନ ଧରି ଶିମିଳିପାଳ ଜଙ୍ଗଲାରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣାଧୀନ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିମିଳିପାଳ କେବଳ ଓଡ଼ିଶା ବା ଭରତର  ନୁହେଁ, ଏହା ସମଗ୍ର ବିଶ୍ଵର ଏକ ଅମୂଲ୍ୟ ସମ୍ପଦ । ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ । ଶିମିଳିପାଳ ଅୟଭାରଣ୍ୟ ନିଆଁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏସଓପି ଜାରି କରାଯାଇଛି । ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି। ଏଥିରେ କୌଣସି ଜୀବନ ହାନି ଘଟି ନାହିଁ । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏସ୍‌ଓପି ଜାରି କରାଯାଇଛି ଏବଂ ବଡ ବଡ ଗଛମାନଙ୍କର କିଛି କ୍ଷତି ହୋଇନାହିଁ । ନିଆଁ ସତର୍କତା ସମ୍ପର୍କରେ ପ୍ରତି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କୁ ଓ ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ ଡିଏଫ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡା ମୋନା ଶର୍ମା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking