37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗବିଦ୍ୟୁତ ସର୍ଟ ସର୍କିଟରେ ଜଲିଗଲା ଦୁଇବଖରା ଘର

ବିଦ୍ୟୁତ ସର୍ଟ ସର୍କିଟରେ ଜଲିଗଲା ଦୁଇବଖରା ଘର

ବରଗଡ଼ : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ଗାଇସିଲେଟ ବ୍ଲକର କଟାବାହାଲ ପଞ୍ଚାୟତର ଗିଧମାଲ ଗ୍ରାମରେ ବିଦ୍ୟୁତ ସର୍ଟ ସର୍କିଟରେ ଯୁଗଧର ନାଗଙ୍କ ଦୁଇବଖରା ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଘରେ କେହି ନଥିବା ସମୟରେ ଘରକୁ ସଂଯୋଗ ହୋଇଥିବା ବିଦ୍ଯୁତ ତାର ସ୍ପାରକିଙ୍ଗ ହୋଇ ଚାଳଘରେ ନିଆଁ ଲାଗିଯାଇଥିଲା। ଘରେ ନିଆଁ ଲାଗିଥିବାର ଦେଖି କିଛି ଲୋକ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ।ଦେଖୁଦେଖୁ ନାଗଙ୍କର ଦୁଇବଖରା ଚାଳଘର ସହ ଘରେ ରଖାଯାଇଥିବା ଧାନ,ଚାଉଳ ଏବଂ ଲୁଗା ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଅଗ୍ନି ସମବିଭାଗ ଖବର ପାଇ ଆସିଥିଲେ ଏବଂ ଦମକଳ ଯୋଗେ ନିଆଁକୁ ଆୟତ୍ତ କରିଥିଲେ।ଗାଇସିଲେଟ ତହସିଲଦାର ଘଟଣାର ଖବର ପାଇ ଆର.ଆଇ ଙ୍କୁ ଘଟଣା ସ୍ଥଳକୁ ପଠେଇ ଥିଲେ। ଆର.ଆଇ ଘଟଣା ସ୍ଥଳକୁ ପହଞ୍ଚି ପ୍ରାୟ ନବେ ହଜାର ଟଙ୍କାର ସଂପତ୍ତି କ୍ଷତି ହୋଇଥିବା ଆନୁମାନିକ ଆକଳନକରି ରିପୋର୍ଟରେ ଦର୍ଶାଇଥିଲେ । ଶ୍ରୀ ନାଗ ଜଣେ ବି.ପି.ଏଲ କାର୍ଡ ଧାରି ନିହାତି ଗରିବ ଲୋକ ହୋଇଥିବା ବେଳେ ତାଙ୍କ ତିନିଗୋଟି ଛେଟ ପୁଅ ଏବଂ ତାଙ୍କ ପତ୍ନୀଙ୍କୁ ଲୋକମାନଙ୍କ ଗୋଚାରଣକରି ପେଟ ପାଟଣା କରିଥାନ୍ତି। ତେଣୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗିଧମାଲ ଗ୍ରାମ ବାସୀ ପ୍ରଶାସନ ଏବଂ ସରକାରଙ୍କ ଠାରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking