29.1 C
Bhubaneswar
Saturday, March 30, 2024
Homeବ୍ରେକୀଙ୍ଗଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ

ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଲାଗିଥିବା ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍ । ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫ ନିୟୋଜନ ପାଇଁ ଦିଆଯାଇଛି । ଜଙ୍ଗଲ ନିଆଁ ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି ।
ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଟାସ୍କଫୋର୍ସ ଗଠନ କରିଛନ୍ତି ସରକାର । ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ହୋଇଥିବା ସୂଚନା ମିଳିଛି । ସନ୍ଦୀପ ତ୍ରିପାଠୀଙ୍କ ସହ ଟାସ୍କଫୋର୍ସରେ ମୋଟ ୯ ଜଣ ସଦସ୍ୟ ରହିଛନ୍ତି । ୯ ଜଣିଆ ଟାସ୍କଫୋର୍ସରେ ଡେରାଡୁନ ଓ ହାଇଦ୍ରାବାଦର ୩ ବିଶେଷଜ୍ଞ ରହିଛନ୍ତି । ଜଙ୍ଗଲ ନିଆଁ ସମୀକ୍ଷା ସହ କାରଣ ଓ ନିରାକରଣ ବ୍ୟବସ୍ଥା କରାଯିବ । ଦୈନିକ ଅନୁଧ୍ୟାନ ସହ ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରିବ ଟାସ୍କଫୋର୍ସ ।
ଅନ୍ୟପଟେ ଜଙ୍ଗଲରେ ନିଆଁ ଲାଗିବା ନୂଆ କଥା ନୁହେଁ ବୋଲି ପିସିସିଏଫ କହିଛନ୍ତି । ନିୀଆଁ ପ୍ରତିବର୍ଷ ଲାଗେ ବୋଲି ପିସିସିଏଫ ଜିତେନ୍ଦ୍ର କୁମାର କହିଛନ୍ତି । ନିଆଁ ଲାଗିବା ଏକ ପ୍ରାକୃତିକ ପ୍ରକ୍ରିୟା ବୋଲି ସେ କହିଛନ୍ତି । ଓଡିଶାରେ ଲାଗିଥିବା ନିଆଁ କ୍ରାଉନ ଫାୟାର ନୁହେଁ, ଗ୍ରାଉଣ୍ଡ ଫାୟାର । ଓଡିଶାର ଜଙ୍ଗଲରେ ନିଆଁ ତଳେ ଲାଗିଛି, ବଡ ଗଛରେ ଲାଗିନି । ଶିମିଳିପାଳରେ ନିଆଁ ନିୟନ୍ତ୍ରଣାଧୀନ ରହିଛି ବୋଲି ପିସିସିଏଫ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking