33.1 C
Bhubaneswar
Thursday, April 25, 2024
Homeଓଡିଶାକତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି

କତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି

ପିପିଲି : ପୁରୀ ଜିଲ୍ଲା ସାତସଙ୍ଖ ସ୍ଥିତ ଜ୍ୟୋତି କଏର ଓ ନାସ୍ପାଲ କଏର ନାମକ ଦୁଇଟି କତା ଫ୍ୟାକ୍ଟ୍ରିରେ ଗତକାଲି ରାତିରୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଛି । ଫ୍ୟାକ୍ଟ୍ରିରୁ ଧୁଆଁ ବାହାରୁଥିବା ନେଇ ପଡୋଶୀ ପ୍ୟାକ୍ଟ୍ରିର ତୃତୀୟ ମହଲାରେ ରହୁଥିବା ମାଲିକଙ୍କୁ ଜଣାଇଥିଲେ । ମାଲିକ ଓ ତାଙ୍କ ପରିବାର ଲୋକ ପ୍ରାଣ ବିକଳରେ ଘରୁ ବାହାରି ପଳାଇ ଆସିଥିଲେ । ଏହାପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ସାକ୍ଷୀଗୋପାଳ ଓ ପିପିଲିରୁ ଦମକଳ ବାହିନୀ ଆସି ନିଆଁ ଲିଭାଉଥିଲେ । କିନ୍ତୁ ପ୍ୟାକ୍ଟ୍ରିରେ ବହୁପରିମାଣର କତା ମହଜୁଦ ଥିବା କାରଣରୁ ନିଆଁ ସହଜରେ ଲିଭିନଥିଲା । ସକାଳୁ ଉକ୍ତ ସ୍ଥାନରେ ପୁରୀ ସର୍କଲ ଡେପୁଟି ଫାଆର ଅଫିସର ଏବଂ ପୁରୀର ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି ।
https://onakhabar.com/2020/06/03/restiction-at-village/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking