34.1 C
Bhubaneswar
Thursday, April 25, 2024
Homeଓଡିଶାବାରିପଦା ବ୍ୟାଙ୍କ ଅଫ ବରୋଦାରେ ଅଗ୍ନିକାଣ୍ଡ

ବାରିପଦା ବ୍ୟାଙ୍କ ଅଫ ବରୋଦାରେ ଅଗ୍ନିକାଣ୍ଡ

ବାରିପଦା: ବ୍ୟାଙ୍କ ଅଫ୍ ବରୋଦାରେ ଲାଗିଲା ନିଆଁ (Massive fire breaks out at Bank of Baroda) । ହୁତୁ ହୁତୁ ହୋଇ ଜଳିଲା ବ୍ୟାଙ୍କ । ଗତକାଲି(ସୋମବାର) ବିଳମ୍ବିତ ରାତିରେ ବାରିପଦା ଷ୍ଟେସନ ରୋଡ଼ ସ୍ଥିତ ବ୍ୟାଙ୍କ ଅଫ ବରୋଦା ଶାଖାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏଥିରେ କେହି ମୃତାହତ ହୋଇନଥିବା ବେଳେ ନିଆଁରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ସହକାରୀ ମ୍ୟାନେଜର ପହଞ୍ଚି ସ୍ଥିତି ପରଖିଛନ୍ତି । ତେବେ କେଉଁ କାରଣରୁ ଏପରି ଭୀଷଣ ଅଗ୍ନିକାଣ୍ଡ ଘଟିଲା ତାହା ଏଯାଏଁ ଜଣାପଡି ନାହିଁ ।

ସୂଚନାଯୋଗ୍ୟ, ସୋମବାର ରାତି ପ୍ରାୟ 11ଟା ସମୟରେ ବ୍ୟାଙ୍କ ଅଫ୍ ବରୋଦା(Bank of Baroda) ଶାଖାରେ ହଠାତ୍ ନିଆଁ ଲାଗି ଯାଇଥିଲା । ପ୍ରଥମେ ବ୍ୟାଙ୍କର ଏଟିଏମରେ ନିଆଁ ଲାଗିଥିବବେଳେ, ଏହିଠାରୁ ନିଆଁ ପୁରା ବ୍ୟାଙ୍କକୁ ବ୍ୟାପି ଥିଲା । ଯାହାଫଳରେ ଆଖି ପିଛୁଳାକେ ବ୍ୟାଙ୍କ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଥିଲେ । ସେମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ବ୍ୟାଙ୍କ ଶାଖା ନିକଟରେ ଏକ ପେଟ୍ରୋଲ ପମ୍ପ ଥିବାବେଳେ ନିଆଁ ଆୟତ୍ତ କରିବାରେ ଟିକିଏ ବିଳମ୍ବ ହୋଇଥିଲେ ବଡ ଅଘଟଣ ଘଟିଯାଇଥାନ୍ତା ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକଟ କରିଛନ୍ତି ।

ତେବେ ଅଗ୍ନିକାଣ୍ଡରେ ବ୍ୟାଙ୍କ ଅଫ୍‌ ବରୋଦାର ଗୁରୁତ୍ବପୂର୍ଣ୍ଣ ନଥିପତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଅଗ୍ନିକାଣ୍ଡରେ ବ୍ୟାଙ୍କ ଅଫ ବରୋଦାର ଶାଖା ନିକଟରେ ଥିବା କିଛି ଦୋକାନ ଗୁଡିକରେ ମଧ୍ୟ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ତେବେ ଏଯାବତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking