39.1 C
Bhubaneswar
Wednesday, April 24, 2024
HomeUncategorizedଗ୍ୟାସ ଟାଙ୍କି ବିସ୍ପୋରଣ ହୋଇ ଜଳିଗଲା ୧୯ ପରିବାର ୨୩ ବଖରା ଘର

ଗ୍ୟାସ ଟାଙ୍କି ବିସ୍ପୋରଣ ହୋଇ ଜଳିଗଲା ୧୯ ପରିବାର ୨୩ ବଖରା ଘର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ମହାକଳପଡ଼ା ବ୍ଲକ ଅନ୍ତର୍ଗତ ରାଜଗଡ଼ ପଂଚାୟତର ନିଆଁମତପୁର ଗାଁରେ ଗ୍ୟାସ ଟାଙ୍କି ବିସ୍ପୋରଣ ହୋଇ ଜଳି ପୋଡ଼ି ପାଉଁସ ହୋଇଯାଇଛି ୧୯ଟି ପରିବାର ୨୩ ବଖରା ଘର । ସମସ୍ତେ ସର୍ବସ୍ୱାନ୍ତ ହୋଇ ରାସ୍ତାରେ ବସି ରହିଛନ୍ତି । ଘରର ସବୁ ଆସବାବ ପତ୍ର ସହ ଲୁଗା ପଟା, ଧାନ ଚାଉଳ, କଂସା ବାସନ , ସୁନା ରୂପା ଜଳିପୋଡ଼ି ଛାରଖାର ହୋଇଯାଇଛି । ଦୁଇ ଦିନ ପଂଚାୟତ ପକ୍ଷରୁ ଦିଆଯାଉଥିବା ରନ୍ଧା ଖାଦ୍ୟ ଖାଇ ଜୀବନ ବଂଚାଉଛନ୍ତି ବିପନ୍ନ ଲୋକେ । ସୋମବାର ଦିନ ପ୍ରାୟ ସାଢେ ୧ଟା ସମୟରେ ନିୟାମତପୁର ଗାଁର କାଙ୍ଗାଳି ବାରିକଙ୍କ ଘରେ ରୋଷେଇ ଚାଲିଥିଲା । ଆଉ ଅଳ୍ପ ସମୟ ପରେ ରୋଷେଇ ସରିଥାଆନ୍ତା, ପରିବାର ଲେକେ ଖିଆପିଆ କରିଥାଆନ୍ତୋ । କିନ୍ତୁ ଗ୍ୟାସ ଟାଙ୍କିରୁ ନିଆଁ ବାହାରି ସୁଖିଲା ଚାଳରେ ଲାଗି ଯାଇଥିଲା । ସଙ୍ଗେ ସଙ୍ଗେ ଗ୍ୟାସ ଟାଙ୍କି ଫାଟି ନିଆଁ ଚାରିଆଡ଼କୁ ବ୍ୟାପିଗଲା । ଚାହୁଁ ଚାହୁଁ ଘର ମଥାନକୁ ନିଆଁ ଉଠି ଯାଇଥିଲା । ହୁ ହୁ ହୋଇ ଜଳିଲା ପୁରା ଘର । ସଙ୍ଗେ ସଙ୍ଗେ ନିଆଁ ବ୍ୟାପିଗଲା ପାଖ ପଡ଼ୋଶୀଙ୍କ ଘରକୁ । ଏକାବେଳେ ଜଳିଲା ସମସ୍ତଙ୍କ ଘର । ଘରେ ଥିବା ଜିନିଷପତ୍ର ବାହାରକୁ ଆଣିବା ସମ୍ଭବ ହେଲା ନାହିଁ । ନିଜ ଜୀବନ ବଂଚାଇ ଘର ବାହାରକୁ ଚାଲିଆସିଲେ ଘରେ ଥିବା ଲୋକେ । ବାଲଟି, ଗରା, ମାଠିଆରେ ପାଣି ଆଣି ନିଆଁରେ ପକାଇ ନିଆଁ ଲିଭାଇବାକୁ ଚେଷ୍ଟା କଲେ ଲୋକେ । ହେଲେ ସମ୍ଭବ ହେଲା ନାହିଁ । ସବୁ ପୋଡ଼ି ନାରଖାର ହୋଇଗଲା ।

କାନ୍ଦବୋବାଳିରେ ଫାଟି ପଡ଼ିଲା ସାରା ଗାଁ । ଖବର ପରାଇ ମାର୍ଶାଘାଇ, କେନ୍ଦ୍ରାପଡ଼ା ଓ ମହାକଳପଡ଼ାରୁ ଆସି ପହଂଚିଲେ ଅଗଗ୍ନିଶମ ବିଭାଗର ୫ଟି ଟିମ । ହେଲେ ସେତେବେଳକୁ ସବୁ ସରିଯାଇଥିଲା । ପାଉଁସ ଗଦା ଭିତରୁ ବିନ୍ନମାନେ ଅଣ୍ଡାଳୁଥିଲେ ସାଇତି ରଖିଥିବା ଘରକରଣା ଜିନିଷପତ୍ର । କିଏ ଅଣ୍ଡାଳୁଥିଲା ଝିଆ ବିଭାଘର ପାଇଁ ସାଇତି ରଖିଥିବା ସୁନା, ରୂପା ତ କିଏ ଅଣ୍ଡାଳୁଥିଲା କଂସା ବାସନ, ଆଉ କିଏ ଅଣ୍ଡାଳୁଥିଲା ଦରପୋଡ଼ା ଲୁଗାପଟା । ସେହିପରି ସ୍କୁଲ କଲେଜ ପିଲା ପାଉଁସ ଭିତରେ ଖୋଜୁଥିଲେ ତାଙ୍କ ବହି, ଖାତା । ହେଲେ କିଛି ମିଳିଲାନାହିଁ । ସବୁ ପୋଡ଼ି ପାଉଁସ ହୋଇଯାଇଛି । କେବଳ ପିନ୍ଧା ଲୁଗା ଖଣ୍ଡେ ଛଡ଼ା ବିପନ୍ନଙ୍କ ପାଖରେ ଆଉ କିଛି ନଥିଲା । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦରପୋଡ଼ା କାଠ, ବାଉଁସ ଓ ନଡ଼ାରେ ପାଣି ପକାଇ ନିଆଁ ଲିଭାଇଲେ । ଏବେ ବିପ୍ନଙ୍କ ଠିକଣା ପାଲଟିଛି ଗାଁ ଦାଣ୍ଡ । ଅଗ୍ନିକାଣ୍ଡ ପରେ ସ୍ଥାନୀୟ ସରପଂଚ ପହଂଚି ବିନ୍ନଙ୍କ ପାଇଁ ମାଗଣା ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଥିଲେ । ଅଗ୍ନିକାଣ୍ଡ ଖବର ପାଇ ମହାକଳପଡ଼ା ତହସିଲଦାର ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ବିପନ୍ନଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ମହାକଳପଡ଼ା ତହସିଲଦାରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking