28.1 C
Bhubaneswar
Friday, March 29, 2024
Homeଓଡିଶାଧାନ ଖଳାରେ ଅଗ୍ନିକାଣ୍ଡ

ଧାନ ଖଳାରେ ଅଗ୍ନିକାଣ୍ଡ

ବଲାଙ୍ଗୀର: ବଲାଙ୍ଗୀରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସୁର୍ଡ଼ା ଗାଁରେ ଥିବା ଏକ ଧାନ ଖଳାରେ ନିଆଁ ଲାଗି ଯାଇଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚଜଣ ଚାଷୀଙ୍କ ଅମଳ ଧାନ ପୋଡ଼ି ପାଉଁଶ ହୋଇଯାଇଛି ।
ସୂଚନାଅନୁସାରେ , ଆଜି ସକାଳୁ ସକାଳୁ ଚାଷୀମାନେ ଧାନ ଖଳାରେ ନିଆଁ ଜଳୁଥିବାର ଦେଖିବାକୁ ପାଇଥିଲେ । ନିଆଁ ଜଳୁଥିବା ଦେଖି ଗ୍ରାମବାସୀ ମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗାଁର ୫ଜଣ ଚାଷୀଙ୍କ ପ୍ରାୟ ୨ଶହ କୁଇଣ୍ଟାଲ ଧାନ ଏହି ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି । ଗତକାଲି ରାତିରେ କିଛି ଦୁର୍ବୃତ୍ତ ଧାନ ଗଦାରେ ନିଆଁ ଲଗାଇ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଚାଷୀମାନେ ତାଙ୍କର ବର୍ଷକର ପରିଶ୍ରମକୁ ଆଖି ଆଗରେ ପୋଡ଼ି ପାଉଁଶ ହେବା ଦେଖି ଚିନ୍ତାରେ ଅଛନ୍ତି ।
https://onakhabar.com/2019/12/22/accident-43/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking