31.1 C
Bhubaneswar
Tuesday, April 23, 2024
Homeଓଡିଶାଗୋଦାମରେ ନିଆଁ : ଲକ୍ଷାଧିକ ଟଙ୍କାର ସଂପତି ପୋଡ଼ି ପାଉଁସ

ଗୋଦାମରେ ନିଆଁ : ଲକ୍ଷାଧିକ ଟଙ୍କାର ସଂପତି ପୋଡ଼ି ପାଉଁସ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାର ଏକ ଗୋଦାମରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ସୋମବାର ରାତି ପ୍ରାୟ ୧୨ଟା ପରେ ଗୋଦାମରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିକାଣ୍ଡର ଭୟାବହତା ଏପରି ଥିଲା ଯେ, ସୋମବାର ରାତିରୁ ଆଜି ସକାଳ ପର‌୍ୟ୍ୟନ୍ତ ନିଆଁ ଲିଭା କାର‌୍ୟ୍ୟ ଚାଲିଥିବା ବେଳେ ତାହା ସମ୍ପୂର୍ଣ୍ଣ ଆୟତ୍ତ ହୋଇପାରି ନାହିଁ ବୋଲି ସୂଚନା ମିଳିଛି ।
ଖବର ପାଇ ୩ଟି ଦମ୍‌କଳ ଗାଡ଼ି ପହଞ୍ଚି ନିଆଁ ଲିଭା କାର‌୍ୟ୍ୟରେ ନିୟୋଜିତ ହୋଇଛନ୍ତ। ମଙ୍ଗଳବାର ସକାଳେ ବେତନଟୀ, ବାଲିଡିହାରୁ ଆଉ ଏକ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ଡକାଯାଇଥିବା ସୂଚନା ମିଳିଛି।
ଗୋଦାମରେ ୮ଟି ରୁମ୍ ଥିବା ବେଳେ ସେଠାରେ କାଗଜ ପେଟି ଓ ଅନ୍ୟାନ୍ୟ ସାମଗ୍ରୀ ରହୁଥିଲା। ଫଳରେ ନିଆଁ ଖୁବ୍ ଶୀଘ୍ର ବ୍ୟାପି ଯାଇଥିଲା। ଏଥିଯୋଗୁ ଗୋଦାମର ପ୍ରାୟ ୫ଟି ରୁମ୍‌ରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ସର୍ଟ ସର୍କିଟରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking