34.1 C
Bhubaneswar
Friday, March 29, 2024
Homeଓଡିଶାଗ୍ୟାସ ଟାଙ୍କି ଫାଟି ସ୍ୱାମୀ ସ୍ତ୍ରୀ ଗୁରୁତର

ଗ୍ୟାସ ଟାଙ୍କି ଫାଟି ସ୍ୱାମୀ ସ୍ତ୍ରୀ ଗୁରୁତର

ଖୋର୍ଦ୍ଧା : ଗ୍ୟାସ ଟାଙ୍କି ଫାଟି ସ୍ୱାମୀ ଓ ସ୍ତ୍ରୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣାଘଟିଛି, ଖୋର୍ଦ୍ଧା ଜିଲ୍ଲା ହରିପୁର ଗାଁରେ । ଗୁରୁତର ଦୁଇଜଣ ହେଲେ ତପନ ପ୍ରଧାନ ଓ ଗୀତାଞ୍ଜଳୀ ପ୍ରଧାନ ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନୂଆଗଡ଼ ପଞ୍ଚାୟତର ହରିପୁର ଗାଁରେ ରବିବାର ବିଳମ୍ବିତ ରାତିରେ ଜଣେ ମହିଳା ପାଣି ଗରମ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଫଳରେ ଦେହରେ ନିଆଁ ଲାଗି ଯିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ସ୍ତ୍ରୀ ଜଳି ଯାଉଥିବା ଦେଖି ସ୍ୱାମୀ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ଫଳରେ ନିଆଁରେ ପୋଡ଼ି ହୋଇ ମହିଳାଙ୍କ ସହ ତାଙ୍କ ସ୍ୱାମୀ ମଧ୍ୟ ଗୁରୁତର ହୋଇପଡ଼ିଛନ୍ତି । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ତେବେ ଅବସ୍ଥା ସଂକଟାପର୍ଣ୍ଣ ରହିଥିବା ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking