ଓଡାପଡା : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଂଟି ଗ୍ରାମରେ ପାରିବାରିକ ପାଟିତୁଣ୍ଡକୁ ନେଇ ଘରପୋଡି ଭଳି ଅଭାବନିୟ ଘଟଣା ଘଟିଛି । ତେବେ ନିଆଁରୁ ଅଳ୍ପକେ ବର୍ତି ଯାଇଛନ୍ତି ୫ ପ୍ରାଣୀ ଓ କୁଟୁମ୍ବ । ସାମାନ୍ୟ ପାଟିତୁଣ୍ଡକୁ ନେଇ ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ଅବସ୍ଥାରେ ଘରେ ଲଗାଇଦେଲେ ନିଆଁ । ସୈାଭାଗ୍ୟ ବସତଃ ଦୁଇ ଶିଶୁଙ୍କ ସହ ୫ ଜଣଙ୍କ ଜୀବନ ବର୍ତିଯାଇଛି । ତେବେ ମୋଟଙ୍ଗା ଥାନା ପୁଲିସର ମନମୁଖି କାର୍ଯ୍ୟକୁ ନେଇ ଏଭଳି ଅଭାବନିୟ ଘଟଣା ଘଟିଛି ।
ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଂଟି ଗ୍ରାମରେ ସାମାନ୍ୟ କାରଣକୁ ନେଇ ସୁଧାଂଶୁ ସାମଲ ଓ କ୍ଷୀରୋଦ ମହାନ୍ତିଙ୍କ ମଧ୍ୟରେ ହାତାହାତୀ ହୋଇଥିଲା । ଏପରିକି ମାମଲା ମଧ୍ୟ ଥାନାକୁ ଯାଇଥିଲା । ତେବେ ଥାନାଧିକାରୀଙ୍କ ଖାମଖିଆଲି ଯୋଗୁଁ ଉଭୟଙ୍କ ମଧ୍ୟରେ ତିତ୍କତା ବଢିଥିଲା । ବିଳମ୍ବିତ ରାତ୍ରିରେ ସୁଧାଂଶୁ ସାମଲଙ୍କ ଘରେ ସମସ୍ତେ ଶୋଇଥିବା ବେଳେ କ୍ଷିରୋଦ ମହାନ୍ତି ଓ ତାଙ୍କ ସାଥୀ ମାନେ ମିଶି ସୁଧାଂଶୁଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ।
ତେବେ ନିଆଁରେ ୪ ବଖରା ଘର ସଂପୁର୍ଣ୍ଣ ଜଳିଯିବା ସହିତ ଅଳ୍ପକେ ବର୍ତି ଯାଇଛନ୍ତି ପରିବାର । ଉକ୍ତ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତି ଜଳି ପାଉଁଶ ହୋଇଯାଇଛି । ତେବେ ଖବର ପାଇଁ ସ୍ଥାନୀୟ ଦମକଳ ବାହିନୀ ନିଆଁକୁ ଆୟତ କରିଥିଲେ । ଏ ସଂପର୍କରେ ସୁଧାଂଶୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ ନକରିବା ଉଭୟଙ୍କ ମଧ୍ୟରେ ଚାପା ଉତେଜନା ପ୍ରକାଶ ପାଇଛି ।