33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗତହସିଲଦାରଙ୍କ ବିରୋଧ ରେ ଥାନାରେ ଏତଲା

ତହସିଲଦାରଙ୍କ ବିରୋଧ ରେ ଥାନାରେ ଏତଲା

ଗଞ୍ଜାମ: ବୁଗୁଡା ବ୍ଲକରେ ସାର କଲା ବଜାରି ଆକାଶ ଛୁଆଁ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇ ଥିଲେ ଚାଷୀ। ବୁଗୁଡା ତହସିଲଦାର ଓ ଚାଷୀଙ୍କ ମଧ୍ୟରେ ହୋଇଥିଲା ଟଣା ଓଟରା। ଏହି ଘଟଣା ରେ 9 ଜଣ ଚାଷୀ ଗିରଫ । ପରେ ତହସିଲଦାର ଙ୍କ ଵିରୋଧ ରେ ଥାନାରେ ଏତଲା ଦେଲେ ଚାଷୀ ସଙ୍ଘଠନ । ଏଭଳି ଘଟଣା ଘଟିଛି ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ରେ । ଚାଷୀ ପାଈଁ ଡିଣ୍ଡିମl ପିଟୁଥିବା ବେଳେ ଚାଷୀଙ୍କୁ ସାର ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ସାର ପାଇଁ ଷୋହଳ ମଇଲି ଛକ ନିକଟରେ ଥିବା ସାର ବିକ୍ରୟ କେନ୍ଦ୍ର ରେ ଆଖ ପାଖ ଅଞ୍ଚଳର ପ୍ରାୟ ପାଞ୍ଚ ଘଣ୍ଟା ୮୦୦ ରୁ ଉର୍ଦ୍ଧ୍ବ ଚାଷୀ ଲମ୍ବା ଲାଇନରେ ଠିଆ ହୋଇଥିଲା l କିନ୍ତୁ ଗୋଦାମରେ ସାର ଥାଇ ସାର ନାହିଁ ବୋଲି ଚାଷୀକୁ କହିଥିଲେ ସାର ଡ଼ିଲର ସାର ନ ମିଳିବାରୁ ଚାଷୀ ଉତ୍ୟକ୍ତ ହୋଇ ହୋ ହlଲା କରିଥିଲେ । ସେହି ସମୟରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ପହଁଚି ହଠାତ୍ ଭିଡିଓ କରୁଥିବା ଜଣେ ଚାଷୀର ମୋବାଇଲ ଛଡାଇ ନେଇ ଚାପୁଡ଼ା ବିଧା, ମlରି ଚାଲିବା ସହ ବିଭିନ୍ନ ଗାଳି ଗୁଳଜ କରିଥିଲେ । ଖରାରେ ଘଣ୍ଟା ଘଣ୍ଟା ଗୋଟିଏ ବସ୍ତା ସାର ପାଇଁ ଅପେକ୍ଷା କରିଥିବା କିଛି ଚାଷୀ ଏହାଦେଖି ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ଘେରିଯାଇ ଟଣା ଓଟରା ସହ ଚାପୁଡ଼ା, ବିଧା, ଗୋଇଠା ମାରି ଲାଲ କରିଦେଲେ । ଏହି ଟଣା ଓଟରା ସମୟରେ କାହିଁକି ଆମ ଚାଷୀ ଭାଇଙ୍କୁ ମାଡ଼ ମାରିଲେ ବୋଲି ତହସିଲଦାର ଙ୍କୁ ବାରମ୍ବାର ଚାଷୀ ପଚାରୁଥିବା ଭିଡିଓ ଦେଖିବାକୁ ମିଲୁଛି । ଏଭଳି କିଛି ଘଟଣା ଘଟିଥିଲା 31,08,2020 ମଧ୍ୟାହ୍ନରେ । ପରେ ତହସିଲଦାର ରାମଣ୍ଡା ଓ ଆଖପାଖ ଗ୍ରାମର 60 ରୁ ଉର୍ଦ୍ଧ୍ବ ଚାଷୀଙ୍କ ବିରୋଧ ରେ ଥାନା ରେ ଏତେଲା ଦେଇଥିବା ଜଣା ଯାଇଛି । ପରେ ପୋଲିସ 9 ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଗାଁ ଲୋକେ ଭୟବିତ ବୋଲି କହିଛନ୍ତି ଗ୍ରାମବାସୀ । ଭୟରେ ତହସିଲଦାର ସଂଗ୍ରାମ କେଶରୀ ଜେନା ଙ୍କ ବିରୋଧରେ ମାମଲା କେହି ରୁଜୁ କରି ନଥିବା ବେଳେ ବଳଦେବ ସ୍ୱାମୀ କୃଷକ ସଂଘ ଓ ରାଷ୍ଟ୍ରୀୟ କିଷାନ ମଜଦୁର ମହା ସଂଘ,ଭୁବନେଶ୍ୱର ରୁ ସଚିନ ମହାପାତ୍ର ଙ୍କ ସହ ଏକ ଟିମ ପଂହଁଚି ଗାଁ ଲୋକଙ୍କ ସହ ଆଲୋଚନା କରିବା ପରେ ତହସିଲଦାର, ସହ କୃଷି ଅଧିକାରୀ ଏବଂ ସାର ଡିଲର ଙ୍କ ବିରୋଧରେ ଥାନାରେ ଏତଲା ଦେଇଛି ମିଳିତ କୃଷକ ସଂଘ। ଏତଲାରେ ଦର୍ଶା ଯାଇଛି ତହସିଲ ଦାର ସଂଗ୍ରାମ କେଶରୀ ଜେନା ଚାଷୀକୁ ମାଡ ମାରିବା, ଅମ୍ବିକା ହାଡ଼ୱେର ଡିଲର୍ S.ସୁବାଷ ଚନ୍ଦ୍ର ପାତ୍ର, ସହକୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟିଙ୍କ ଉପସ୍ଥିତିରେ pso ମେସିନ ବ୍ଯବହାର ନକରି ବିନା ବିଲରେ ଚଢା ଦରରେ ସାର ବିକ୍ରି କରିବା । ତହସିଲଦାର ଙ୍କୁ ଗଣମାଧ୍ୟମ ପ୍ରତିନିଧି ଏ ବିଷୟରେ ପଚାରିବାରେ ସେ କାହାକୁ ବାଡ଼େଇ ନାହାନ୍ତି, କେହି ତାଙ୍କୁ ବାଡ଼େଇ ନାହାନ୍ତି ବୋଲି କହିଛନ୍ତି l ଥାନା ଅଧିକାରୀ ଦୋଷୀ ମାନଙ୍କ ବିରୋଧ ରେ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି କିମ୍ବା ତହସିଲଦାର ସଂଗ୍ରାମ କେଶରୀ ଜେନା ଙ୍କୁ ଗିରଫ ନ କରାଯାଏ ତାହାଲେ ଆଗାମୀ ଦିନରେ ଚାଷୀ ରାଜ ରାସ୍ତାକୁ ଓହ୍ଲାଇବା ସହ ଅଫିସରେ ତାଲା ପକାଇବେ ବୋଲି କିଷାନ ମଜଦୂର ସଙ୍ଘ ର ରାଜ୍ଯ ପ୍ରଭାରୀ ସଚିନ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking