24.1 C
Bhubaneswar
Tuesday, May 24, 2022
Homeଦେଶ ବିଦେଶକୋଭିଡ କଟକଣା ଉଲ୍ଳଂଘନ ଅଭିଯୋଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

କୋଭିଡ କଟକଣା ଉଲ୍ଳଂଘନ ଅଭିଯୋଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ପୋଲିସ ରବିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାଁରେ ମାମଲା ରୁଜୁ କରିଛି। ପୋଲିସ କହିଛି ଉତ୍ତର ପ୍ରଦେଶର ନେଏଡାରେ ଶ୍ରୀ ବଘେଲ ନିର୍ବାଚନ ରାଲି କରୁଥିବା ବେଳେ କୋଭିଡ-୧୯ ଗାଇଡଲାଇନ୍‌ ଉଲ୍ଲଂଘନ କରିଥିଲେ। ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ନୋଏଡାରେ କଂଗ୍ରେସ ପ୍ରାର୍ଥୀ ପାଖୁଡ଼ି ପାଠକଙ୍କ ପାଇଁ ଶ୍ରୀ ବଘେଲ ନିକଟରେ ଘରକୁ ଘର ଯାଇଥିଲେ। ଏହି ସମୟରେ ସେ କୋଭିଡ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କ ନାଁରେ ମଧ୍ୟ ଏତଲା ହୋଇଛି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି। କିନ୍ତୁ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ପ୍ରଚାରକୁ ଡିଜିଟାଲ ମାଧ୍ୟମରେ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।କିନ୍ତୁ କିଛି ସ୍ଥାନରେ ନେତାମାନେ ସରକାରଙ୍କ ଗାଇଡଲାଇନ୍‌ ପାଳନ କରୁ ନଥିବା ଦୃଷ୍ଟିଗୋଚର ରହୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking