33.1 C
Bhubaneswar
Thursday, April 25, 2024
Homeକରୋନାଏହି ରାଜ୍ୟରେ ସେପ୍ଟେମ୍ବର ୨୦ ଯାଏଁ ଲକଡାଉନ ଅବଧି ବୃଦ୍ଧି, ପଢନ୍ତୁ କେଉଁ ରାଜ୍ୟ

ଏହି ରାଜ୍ୟରେ ସେପ୍ଟେମ୍ବର ୨୦ ଯାଏଁ ଲକଡାଉନ ଅବଧି ବୃଦ୍ଧି, ପଢନ୍ତୁ କେଉଁ ରାଜ୍ୟ

ନୂଆଦିଲ୍ଲୀ : ଦେଶ ଓ ରାଜ୍ୟ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ପ୍ରତିଦିନ କରୋନାରେ ବହୁ ସଂଖ୍ୟକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ତେଣୁ କରୋନା ମୁକାବିଲା କରିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସହ କଟକଣା ଜାରି କରାଯାଉଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସେଠାରେ ସେପ୍ଟେମ୍ବର ୨୦ ଯାଏଁ ଲକଡାଉନକୁ ଅବଧିକୁ ବୃଦ୍ଧି କରାଯାଇଛି । ଏହାସହ ସେପ୍ଟେମ୍ବର ମାସରେ ୩ଦିନ ସମ୍ପୂର୍ଣ୍ଣ ସଟଡାଉନ ରହିବ ପଶ୍ଚିମବଙ୍ଗ । ୭,୧୧ ଓ ୨୦ ତାରିଖ ଦିନ ସମ୍ପୂର୍ଣ୍ଣ ସଟଡାଉନ ରହିବ । ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ସୂଚନା ଯୋଗ୍ୟ, ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୬୭,୧୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୫୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୩୪,୪୭୫ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୫୯,୪୪୯ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୪,୬୭,୭୫୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୭,୦୭,୨୬୭ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking