40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଉର୍ମିଳାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଉର୍ମିଳାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଫୁଲବାଣୀ : ଗରିବମାନଙ୍କୁ ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ସେଥିପାଇଁ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ ଯୋଗାଇ ଦେଉଛନ୍ତି । ଆବଶ୍ୟକ ପରିମାଣର କର୍ମଚାରୀ ନିଯୁକ୍ତି ଦେଇ ଚିକିତ୍ସା ପାଇଁ ଅନେକ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି । କିନ୍ତୁ ସେହି ସଚେତନତା ବାର୍ତ୍ତା ଆଜି ମଧ୍ୟ ପହଞ୍ଚିପାରିନାହିଁ ଜିଲ୍ଲାର ଉପାନ୍ତ ଅଞ୍ଚଳରେ । କନ୍ଧମାଳ ଜିଲ୍ଳା ଚକାପାଦ ବ୍ଲକ ଅର୍ନ୍ତଗତ ବପଲମେଣ୍ଢି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡଙ୍କୁଣି ଗ୍ରାମର ଗରିବ ଅସହାୟ ମହିଳା ଉର୍ମିଳା ଦିଗାଲ (୪୦) । ଅନିୟମିତ ରୁତୁଶ୍ରାବରେ ୧୨ବର୍ଷ ହେବ ପୀଡ଼ିତ ଅଛନ୍ତି । ଘରେ ଯାହା ଆସବାବ ପତ୍ର ଥିଲା ଏବଂ ଜମିବାଡି ସବୁ ବିକି ନିକଟସ୍ଥ ଡାକ୍ତରଖାନାକୁ ଯାଇ ଚିକିତ୍ସା ହେଉଛନ୍ତି । ତଥାପି ଉର୍ମିଳା ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରି ନାହାନ୍ତି । କାରଣ ଅଧିକ ଅର୍ଥ ନଥିବାରୁ ବଡ଼ ଡାକ୍ତରଖାନାକୁ ଯାଇ ଭଲ ପରୀକ୍ଷା ଓ ଚିକିତ୍ସା କରିବା ସୁବିଧା ପାଇପାରୁନାହାନ୍ତି । ସ୍ୱାମୀ ଶ୍ରୀକର ଦିଗାଲ ଘର ଚଳିବା ଏବଂ ଛୋଟ ଦୁଇ ପୁଅ ଝିଅ ମୁହଁରେ ଦାନା ଯୋଗାଇବା ପାଇଁ ଅହରହ କାର୍ଯ୍ୟ କରିଆସୁଥିଲେ ମଧ୍ୟ ଦାରିଦ୍ର‌୍ୟତା ଘର ପରିବାରକୁ ଦାଉ ସାଧୁଛି । ସରକାରୀ ଯୋଜନା କହିଲେ ୫ ପ୍ରାଣୀ କୁଟୁମ୍ବ । ସରକାରଙ୍କ ପକ୍ଷରୁ ୨୫ କେଜି ଚାଉଳ ମିଳୁଛି ଯାହାକି ମାସ ସାରା ଚଳିବା କଷ୍ଟକର । ଏପରିକି ଗୋଟିଏ ଓଳି ଖାଇଲେ ଆର ଓଳିକୁ ଉପାସ ରହିବାକୁ ପଡୁଛି ବୋଲି ଶ୍ରୀକର ଦିଗାଲ ଏବଂ ଉର୍ମିଳା ଦିଗାଲଙ୍କ ଭାଇ ପ୍ରମୋଦ ଗଣ୍ଡା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଏହି ପରିବାରଙ୍କୁ ଜିଲ୍ଳା ପ୍ରଶାସନ ଓ ସରକାର ଦୃଷ୍ଟି ଦେଇ ଉତ୍ତମ ଚିକିତ୍ସା କରାଇବା ପାଇଁ ସହାୟତାର ହାତ ବଢ଼ାଇବା ପାଇଁ ଜିଲ୍ଳା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking