35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶବିନା ଗ୍ୟାରେଣ୍ଟିରେ ଏମଏସଏମଇକୁ ୩ ଲକ୍ଷ କୋଟି: ନିର୍ମଳା ସୀତାରମଣ

ବିନା ଗ୍ୟାରେଣ୍ଟିରେ ଏମଏସଏମଇକୁ ୩ ଲକ୍ଷ କୋଟି: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଗତକାଲି ଦେଶକୁ ପଂଚମ ଥର ପାଇଁ ସମ୍ବୋଧିତ କରିବା ସମୟରେ ଆତ୍ମ ନିର୍ଭରଶୀଳ ଭାରତ ଯୋଜନାରେ ଗରିବ, କୃଷକ ଓ କ୍ଷୁଦ୍ର ଶିଳ୍ପଦ୍ୟୋଗୀ ଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଥିଲେ । ଆଜି ତାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିସ୍ତୃତ ଭାବରେ କହିଛନ୍ତି । ଏହି ଅର୍ଥନୈତିକ ପ୍ୟାକେଜ ଦେଶର କୁଟୀର ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, କୃଷକ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ବେଶ୍ ଲାଭ ଦାୟକ ହେବ ବୋଲି ମୋଦି କହିଥିଲେ । ଅର୍ଥମନ୍ତ୍ରୀ କହିଛନ୍ତି ଲୋକାଲ ବ୍ରାଣ୍ଡକୁ ଗ୍ଲୋବାଲ କରିବାକୁ ହେବ ଏବଂ ଆମକୁ ଭୋକାଲ ହେବାକୁ ହେବ । ଆତ୍ମ ନିର୍ଭର ଭାରତର ୫ଟି ସ୍ତମ୍ଭ ବିଷୟରେ ମଧ୍ୟ ସେ ସୂଚନା ଦେଇଛନ୍ତି । ୫ଟି ସ୍ତମ୍ଭ ହେଉଛି ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଜନସଂଖ୍ୟା ଓ ଚାହିଦା । ତେବେ ଆତ୍ମ ନିର୍ଭରଶୀଳତାର ଅର୍ଥ ବିଶ୍ୱଠାରୁ ଅଲଗା ହୋଇଯିବା ନୁହେଁ ।
 
ବିନା ଗ୍ୟାରେଣ୍ଟିରେ ଏମଏସଏମଇ କ୍ଷେତ୍ରକୁ ୩ ଲକ୍ଷ କୋଟିର ଋଣ ପ୍ରଦାନ କରାଯିବ । ଅଣୁ, କ୍ଷୁଦ୍ର, ମଧ୍ୟମ ଓ କୁଟୀର ଶିଳ୍ପଦ୍ୟୋଗୀକୁ ୪ ବର୍ଷ ପାଇଁ ଋଣ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଯାହା ଫଳରେ ୪୫ ଲକ୍ଷ ଅଣୁ, କ୍ଷୁଦ୍ର, ମଧ୍ୟମ ଓ କୁଟୀର ଶିଳ୍ପଦ୍ୟୋଗୀ ଏହାଦ୍ୱାରା ଉପକୃତ ହୋଇପାରିବେ । ସେ ଆହୁରି ମଧ୍ୟ କହିଛନ୍ତି. ୨୫ କୋଟି ବକେୟା ଥିବା କ୍ଷୁଦ୍ର, ମଧ୍ୟମ ଓ କୁଟୀର ଶିଳ୍ପ ବି ଋଣ ନେଇପାରିବେ । ବାର୍ଷିକ ୧୦୦ କୋଟି ଟଙ୍କାର ଟର୍ଣ୍ଣ ଓଭର ଥିବା ସଂସ୍ଥା ନେଇପାରିବେ ଋଣ । ଭଲ ପ୍ରଦର୍ଶନ କରୁଥିବା ଏମଏସଏମଇ ପାଇଁ ୫୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି । ଯାହା ଏମଏସଏମଇ ଆକାର ବୃଦ୍ଧି ପାଇଁ ସହାୟକ ହେବ । ଏଥିପାଇଁ ୧୦ ହଜାର କୋଟିର କର୍ପସ ପାଣ୍ଠିର ବ୍ୟବସ୍ଥା କରାଯିବ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ।
ପୋଷାକ ଉତ୍ପାଦଦନକାରୀ ଏମଏସଏମଇ କ୍ଷେତ୍ର ପାଇଁ ମଧ୍ୟ ଘୋଷଣା କରାଯାଇଛି । ୨୦୦ କୋଟି ପର୍ଯ୍ୟନ୍ତ କିଣାବିକା ପାଇଁ ଗ୍ଲୋବାଲ ଟେଣ୍ଡର ଅନାବଶ୍ୟକ । ଏହାଛଡା ଆଉ ତିନି ମାସ ପାଇଁ ଇପିଏଫ ଭରିବେ କେନ୍ଦ୍ର ସରକାର । ଜୁନ, ଜୁଲାଇ ଓ ଅଗଷ୍ଟ ମାସ ପାଇଁ କେନ୍ଦ୍ର ସରକାର ଇପିଏଫ ଭରିବେ । କର୍ମଚାରୀଙ୍କ ୧୨ ପ୍ରତିଶତ ଓ ନିୟୁକ୍ତି ଦାତାଙ୍କ ୧୨ ପ୍ରତିଶତ ସରକାର ଦେବେ । ୩.୬୭ ଲକ୍ଷ ନିଯୁକ୍ତିଦାତା ଓ ୭୨.୨୨ ଲକ୍ଷ କର୍ମଚାରୀ ଲାଭ ପାଇବେ । ପୂର୍ବରୁ ମାର୍ଚ୍ଚ, ଏପ୍ରିଲ, ମେ ପାଇଁ ଦେବାକୁ ଘୋଷଣା ହୋଇଥିଲା । ମାଇକ୍ରୋଫାଇନାନ୍ସକୁ ମଧ୍ୟ ୩୦ ହଜାର କୋଟି ଘୋଷଣା କରାଯାଇଛି ।ଏହା ମଧ୍ୟରେ ହାଉସିଂ ଫାଇନାନ୍ସ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥା ସାମିଲ ରହିଛି । ତେବେ ଏହି ସଂପୃକ୍ତ ବର୍ଗଙ୍କ ପାଇଁ ୩୦ ହଜାର କୋଟି ଘୋଷଣା ହୋଇଛି ।
ଏହାଛଡା ଡିସକମ୍ ପାଇଁ ୯୦ ହଜାର କୋଟି ଘୋଷଣା ରହିଛି । ଡିସକମକୁ ଆର୍ଥିକ ସଂକଟରୁ ରକ୍ଷା କରିବା ପାଇଁ ଅର୍ଥରାଶି ଘୋଷଣା ହୋଇଛି । ଡିସକମ ପାଇଁ ୯୦ ହଜାର କୋଟି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।
ଏସବୁ ବାଦ ଠିକାଦାରଙ୍କ ପାଇଁ ବି ପ୍ୟାକେଜ ରହିଛି । ପ୍ରକଳ୍ପ କାର୍ଯ୍ୟ ସମାପନ ପାଇଁ ୬ ମାସ ସମୟ ମଧ୍ୟ ବଢାଇଛନ୍ତି ସରକାର । ସର୍ବନିମ୍ନ ୩ ମାସରୁ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ମହଲତ ବୃଦ୍ଧି କରାଯାଇଛି ।
ଟିଡିଏସକୁ ବି ୨୫ ପ୍ରତିଶତ ହ୍ରାସ କରାଯାଇଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ସେ କହିଛନ୍ତି ୨୫ ପ୍ରତିଶତ ଟିଡିଏସ ହ୍ରାସ ଦ୍ୱାରା ଟିକସଦାତାଙ୍କୁ ୫୦ ହଜାର କୋଟି ଲାଭ ହେବ ।
ସେହିଭଳି ଇନକମ ଟ୍ୟାକ୍ସ ରିଟର୍ଣ୍ଣ ନେଇ ମଧ୍ୟ ଘୋଷଣା ହୋଇଛି । ଏଥିରେ ଟିକସଦାତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ଜୁଲାଇ ୩୧ ଓ ଅକ୍ଟୋବର ୩୧ରେ ସରୁଥିବା ରିଟର୍ଣ୍ଣ ଅବଧିକୁ ବୃଦ୍ଧି କରାଯାଇଛି । ଜୁଲାଇ ଓ ଅକ୍ଟୋବର ରେ ଥିବା ରିଟର୍ଣ୍ଣ ଅବଧିକୁ ନଭେମ୍ବର ୩୦ ଯାଏଁ ବୃଦ୍ଧି କରାଯାଇଛି । ଟ୍ୟାକ୍ସ ଆସେସମେଣ୍ଟ ତାରିଖ ସେପ୍ଟେମ୍ବର ୩୦ରୁ ଡିସେମ୍ବର ୩୧କୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଟ୍ୟାକ୍ସ ଅଡିଟ ମଧ୍ୟ ଅକ୍ଟୋବର ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି ।
ରିୟଲି ଇଷ୍ଟେଟ ସେକ୍ଟର ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ପ୍ୟାକେଜରୁ ବାଦ୍ ପଡିନି । ରେଜିଷ୍ଟ୍ରେସନ ଓ କାର୍ଯ୍ୟ ସମାପନ ପାଇଁ ୬ ମାସ ଅବଧି ବୃଦ୍ଧି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking