28.1 C
Bhubaneswar
Friday, March 29, 2024
Homeଓଡିଶାଓଡ଼ିଆ ଫିଲ୍ମ୍ ଏଡିଟର ଦେବେନ ମିଶ୍ରଙ୍କ ହୃଦ୍‌ଘାତରେ ପରଲୋକ

ଓଡ଼ିଆ ଫିଲ୍ମ୍ ଏଡିଟର ଦେବେନ ମିଶ୍ରଙ୍କ ହୃଦ୍‌ଘାତରେ ପରଲୋକ

ଭୁବନେଶ୍ଵର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବିଶିଷ୍ଟ ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା।  ସେ ୮୦ରୁ ଅଧିକ ଓଡ଼ିଆ ଫିଲ୍ମର ଏଡିଟିଂ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।
‘ପୁଅ ମୋର କଳା ଠାକୁର’ ତାଙ୍କର ପ୍ରଥମ ଏଡିଟିଂ ଫିଲ୍ମ ଥିଲା। ‘ଉଦଣ୍ଡୀ ସୀତା’, ‘ଭାଗ୍ୟ ହାତେ ଡୋରୀ’, ‘ଅଣ୍ଟିଛୁରୀ ତଣ୍ଟି କାଟେ’, ‘ଶ୍ରଦ୍ଧାଞ୍ଜଳି’, ‘ଯଶୋଦା’, ‘କଳାମାଣିକ’ ଓ ସାବିତ୍ରୀ ଭଳି ଅନେକ ଫିଲ୍ମର ସେ ଏଡିଟିଂ କରିଥିଲେ। ଫିଲ୍ମ ‘କାଶିଆ କପିଳା’ ଓ ‘ପରଦେଶୀ ଚଢେଇ’ ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ହରାଇଲା ଏକ ମହାନ ଏଡିଟରଙ୍କୁ । ସୂଚନାନୁସାରେ, ଏବେ କିଛି ଦିନ ତଳେ ମହାନ କଳାକାର ବିଜୟ ମହାନ୍ତିଙ୍କ ପରଲୋକ ଘଟିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking