27.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗଫିଲ୍ମ ଅଭିନେତା ତଥା ବିଜେପି ସାଂସଦ ସନି ଦେଓଲଙ୍କୁ କରୋନା

ଫିଲ୍ମ ଅଭିନେତା ତଥା ବିଜେପି ସାଂସଦ ସନି ଦେଓଲଙ୍କୁ କରୋନା

ମୁମ୍ବାଇ : ଫିଲ୍ମ ଅଭିନେତା ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)ର ଗୁରଦାସପୁର ସାଂସଦ ସନି ଦେଓଲ କରୋନା ପଜିଟିଭି ବୋଲି ଚିହ୍ନଟ ହୋଇଛନ୍ତି । ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ମଙ୍ଗଳବାର ସନି ଦେଓଲ୍ କରୋନାରେ ସଂକ୍ରମିତ ହେବା କଥା ଜଣାଇଛନ୍ତି। ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ଅମିତାଭ ଅଓ୍ବସ୍ଥି କହିଛନ୍ତି ଯେ, ଅଭିନେତାରୁ ନେତା ହୋଇଥିବା ସନି ଦେଓଲ ଗତ କିଛି ଦିନ ହେବ କୁଲ୍ଲୁରେ ରହୁଥିଲେ। କୁଲ୍ଲୁର ମୁଖ୍ୟ ଚିକିତ୍ସା ଅଧିକାରୀ ଦ୍ବାରା ଦିଆଯାଇଥିବା ସୂଚନା ଅନୁସାରେ, ସନି ଦେଓଲ ଏବଂ ତାଙ୍କ ବନ୍ଧୁ ମୁମ୍ବାଇ ବାହାରିବାକୁ ଯିବା ପାଇଁ ଯୋଜନା କରିଥିଲେ। କିନ୍ତୁ ମଙ୍ଗଳବାର ସେ କରୋନାରେ ସଂକ୍ରମିତ ହୋଇଯାଇଥିଲେ। ୬୪ବର୍ଷୀୟ ବଲିଉଡ ଅଭିନେତା ସନି ଦେଓଲ କିଛି ଦିନ ତଳେ ମୁମ୍ବାଇରେ କାନ୍ଧର ସର୍ଜରୀ କରିଥିଲେ ଏବଂ ସେ କୁଲ୍ଲୁ ଜିଲ୍ଲାର ମନାଲି ପାଖରେ ଏକ ଫାର୍ମହାଉସରେ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking