କିନ୍ନରଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କିନ୍ନରଙ୍କୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରି ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ କରିଛି । ଗତ କିଛି ମାସ ହେଲା କିନ୍ନରମାନେ ବିଭିନ୍ନ ସରକାରୀ କାର୍ଯ୍ୟରେ ଯୋଗଦେଇ ବେଶ ଖୁସିରେ ରହୁଥିବା ବେଳେ କିଛି କିନ୍ନର ସେମାନଙ୍କ ପୁରୁଣା ଅଭ୍ୟାସ ଭିକ୍ଷାବୃତ୍ତିକୁ ପୁଣି ଆଦରି ନେଇଛନ୍ତି । ଯାହାକୁ ଅନ୍ୟ କିନ୍ନରମାନେ ପସନ୍ଦ କରୁନାହାନ୍ତି । ସୂଚନାଯୋଗ୍ୟ , ନିଯୁକ୍ତି ଦେବା ପରେ ଭିକ୍ଷାବୃଦ୍ଧି ନକରିବା ପାଇଁ ପ୍ରଶାସନ ତାଗିଦ କରିଥିବା ବେଳେ କିଛି କିନ୍ନ ଏହାକୁ ଭୃକ୍ଷେପ ନ କରି ପୁଣି ନିଜର ଏହି ଧନ୍ଦାକୁ ଆଦରିଥିବାରୁ କିନ୍ନରଙ୍କ ମଧ୍ୟରେ ଦୁଇ ଗୋଷ୍ଠୀ ହୋଇଯାଇଛି । ଏପରିକି ଗୋଷ୍ଠୀ ସଂଘର୍ଷ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ତେଣୁ ଆଜି କିନ୍ନରମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଭେଟି ଭିକ୍ଷାବୃତ୍ତି କରୁଥିବା କିନ୍ନରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here