19.1 C
Bhubaneswar
Sunday, November 24, 2024
Homeଖେଳଏଫ୍‌ଆଇଏଚ୍ ମହିଳା ହକି ବିଶ୍ୱକପ୍‌: ଆଜି ଭାରତ-ଚୀନ୍ ମୁକାବିଲା

ଏଫ୍‌ଆଇଏଚ୍ ମହିଳା ହକି ବିଶ୍ୱକପ୍‌: ଆଜି ଭାରତ-ଚୀନ୍ ମୁକାବିଲା

ଆମଷ୍ଟେଲଭିନ୍‌: ଚଳିତ ଏଫ୍‌ଆଇଏଚ୍ ମହିଳା ହକି ବିଶ୍ୱକପ୍‌ରେ ଭାରତ ମଙ୍ଗଳବାର ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ । ଦଳ ତା’ର ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ଟିକୁ ୧-୧ରେ ଡ୍ର’ ରଖିଥିବା ବେଳେ ମଙ୍ଗଳବାର ଚୀନ୍‌କୁ ଭେଟିବ । ପ୍ରଥମ ମ୍ୟାଚ୍‌ରେ ଦଳର ପ୍ରଦର୍ଶନ ସଂକ୍ରାନ୍ତରେ ମୁଖ୍ୟ କୋଚ୍ ଜାନେକ୍ ସ୍କୋପ୍‌ମାନ୍ କହିଛନ୍ତି ଯେ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଆମର ଖେଳାଳିମାନେ ପ୍ରାରମ୍ଭରୁ ପେନାଲ୍‌ଟି କର୍ଣ୍ଣର୍ ପାଇବାରେ ସକ୍ଷମ ହୋଇଥିଲେ । ମ୍ୟାଚ୍‌ରେ କେତେକ ସମୟରେ ଇଂଲଣ୍ଡ ବେଶ୍ ବିପଜ୍ଜନକ ମନେ ହେଉଥିଲା । କିନ୍ତୁ ଆମ ଦଳର ରକ୍ଷଣପନ୍ଥୀ ବିଭାଗ ବେଶ୍ ସକ୍ରିୟ ରହି ଉକ୍ତ ବିପଦକୁ ଟାଳିଦେବାରେ ସକ୍ଷମ ହୋଇଛି ।

ତେବେ ମ୍ୟାଚ୍ ଅନ୍ତିମ ଭାଗରେ ପେନାଲ୍‌ଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିଣତ କରିନପାରିବା ଦୁର୍ଭାଗ୍ୟର ବିଷୟ । ତା’ଛଡ଼ା ଦୁଇଟି ଗ୍ରୀନ୍ କାର୍ଡ ଆମ ଖେଳାଳିଙ୍କ ଲୟକୁ ପ୍ରଭାବିତ କରିଥିଲା । କିନ୍ତୁ ମୋଟାମୋଟି ଭାବେ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଆମର ପ୍ରଦର୍ଶନ ସନ୍ତୋଷଜନକ ଥିବା ସ୍କୋପ୍‌ମାନ୍ କହିଛନ୍ତି । ସେହିପରି ଚଳିତ ବର୍ଷ ଭାରତ ଓ ଚୀନ୍ ମଧ୍ୟରେ ଅଦ୍ୟାବଧି ୩ ଥର ଲଢ଼େଇ ହୋଇସାରିଛି। ଏହି ମ୍ୟାଚ୍‌ଗୁଡ଼ିକରେ ଚୀନ୍‌କୁ କେବଳ ପରାଜୟର ମୁହଁ ହିଁ ଦେଖିବାକୁ ପଡ଼ିଛି ।

ଗତ ଏସିଆ କପ୍‌ରେ ଭାରତ ୨-୦ରେ, ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ର ଦୁଇଟି ମ୍ୟାଚ୍‌ରେ ୭-୧ ଓ ୨-୧ରେ ବିଜୟୀ ହୋଇଛି । ଅନ୍ୟପକ୍ଷରେ ଗ୍ରୁପ୍‌-ବି’ରେ ସାମିଲ୍ ଥିବା ଚୀନ୍ ତା’ର ପ୍ରଥମ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ୨-୨ରେ ଡ୍ର’ କରିଛି । ଚୀନ୍ ସହ ମୁକାବିଲା ନେଇ ଭାରତୀୟ ଦଳର ଅଧିନାୟିକା ସବିତା କହିଛନ୍ତି ଯେ ଏହା ଏକ ଶକ୍ତିଶାଳୀ ଦଳ ଓ ଏହା ପାଖରେ କୌଣସି ବି ଟିମ୍‌କୁ ଚମକାଇଦେବା ଭଳି ଦକ୍ଷତା ରହିଛି । ତେବେ ମ୍ୟାଚ୍‌ରେ ଆମେ ରଣନୀତିର ଉପଯୁକ୍ତ କାର୍ଯ୍ୟାନ୍ୱୟନ ସହ ସୁଯୋଗର ଉପଯୁକ୍ତ ଫାଇଦା ନେଇ ବିଜୟୀ ହେବାକୁ ଭରପୂର ଉଦ୍ୟମ କରିବୁ । ଚୀନ୍‌ର ସମସ୍ତ ଚାଲେଞ୍ଜ୍‌କୁ ଆମେ ଟକ୍କର ଦେବୁ ବୋଲି ସବିତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking