30.1 C
Bhubaneswar
Thursday, April 25, 2024
Homeଖେଳଏଫ୍‌ଆଇଏଚ୍ ହକି ୫-ଏସ୍ : ଗୁରିନ୍ଦର ଭାରତୀୟ ଦଳର ଅଧିନାୟକ

ଏଫ୍‌ଆଇଏଚ୍ ହକି ୫-ଏସ୍ : ଗୁରିନ୍ଦର ଭାରତୀୟ ଦଳର ଅଧିନାୟକ

ନୂଆଦିଲ୍ଲୀ: ଆସନ୍ତା ମାସରେ ସ୍ୱିଜରଲାଣ୍ଡ୍‌ର ଲୁସାନ୍‌ରେ ହେବାକୁ ଥିବା ହିରୋ ଏଫ୍‌ଆଇଏଚ୍ ହକି ୫-ଏସ୍‌’ର ଉଦ୍‌ଘାଟନୀ ସଂସ୍କରଣ ପାଇଁ ଗୁରିନ୍ଦର ସିଂହଙ୍କ ନେତୃତ୍ୱରେ ବୁଧବାର ନଅଜଣିଆ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ଜୁନ୍ ୫ ଓ ୬ ତାରିଖରେ ଆୟୋଜିତ ହେବାକୁ ଥିବା ଇଭେଣ୍ଟ୍‌ରେ ଭାରତୀୟ ପୁରୁଷ ଟିମ୍ ମାଲେସିଆ, ପାକିସ୍ତାନ, ପୋଲାଣ୍ଡ୍ ଓ ଆୟୋଜକ ସ୍ୱିଜରଲାଣ୍ଡ୍ ବିପକ୍ଷରେ ମ୍ୟାଚ୍ ଖେଳିବ ।

ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ୍ ପଦକ ବିଜେତା ଟିମ୍‌ର ସଦସ୍ୟ ଥିବା ମିଡ୍‌ଫିଲ୍ଡର୍ ସୁମିତ୍‌ଙ୍କୁ ଗୁରିନ୍ଦରଙ୍କ ସହାୟକ ଭାବେ ନିଯୁକ୍ତ କରାଯାଇଛି। ଟିମ୍‌ରେ ଅଲିମ୍ପିକ୍ସ ବ୍ରୋଞ୍ଜ୍ ପଦକ ବିଜେତା ଟିମ୍ ସହିତ ଗତବର୍ଷ ଅନୁଷ୍ଠିତ ଏଫ୍‌ଆଇଏଚ୍ ଜୁନିୟର୍ ବିଶ୍ୱକପ୍ ଟିମ୍‌ର ଖେଳାଳିଙ୍କୁ ସାମିଲ କରାଯାଇଛି । ଭାରତୀୟ ପୁରୁଷ ଟିମ୍‌ର ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ଏହି ଟିମ୍ ସହିତ ଲୁସାନ୍ ଗସ୍ତ କରିବେ ।

ଭାରତୀୟ ଟିମ୍‌: ପୱନ, ସଞ୍ଜୟ, ମନଦୀପ୍ ମୋର୍‌, ଗୁରିନ୍ଦର ସିଂହ (ଅଧିନାୟକ), ସୁମିତ୍ (ଉପଅଧିନାୟକ), ରବିଚନ୍ଦ୍ର ସିଂହ, ଦିଲ୍‌ପ୍ରୀତ୍ ସିଂହ, ମହମ୍ମ ରାହିଲ୍ ମୌସିନ୍‌, ଗୁରସାହିବଜିତ ସିଂହ । ଷ୍ଟାଣ୍ଡ୍‌ବାଇ: ପ୍ରଶାନ୍ତ କୁମାର ଚୌହାନ, ବବି ସିଂହ ଧାମି, ସୁଦୀପ ଚିର୍‌ମାକୋ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking