ଆର୍ମେନିଆ ଏବଂ ଆଜେରବାଇଜାନ ସଂଘର୍ଷ ; ୨୩ ମୃତ

ନୂଆଦିଲ୍ଲୀ : ବିଚ୍ଛିନ୍ନତାବାଦୀ ନାଗର୍ଣ୍ଣୋ-କରବାଖ ଅଞ୍ଚଳ ଉପରେ ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ଯୁଦ୍ଧ ରବିବାର ଆରମ୍ଭ ହୋଇଥିଲା। ଯୁଦ୍ଧରେ ଉଭୟ ପାର୍ଶ୍ୱରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶହେରୁ ଅଧିକ ଲୋକ ଆହତ ହୋଇଥିଲେ। ଆଜେରବାଇଜାନ ସନ୍ୟୈବାହିନୀର ଗୁଳିରେ ଜଣେ ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ଘଟିଥିବା ଆର୍ମେନିଆ ଦାବି କରିଛି। ଏଥି ସହ ଆଜେରବାଇଜାନର ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କ ସନ୍ୟୈବାହିନୀ କ୍ଷତିଗ୍ରସ୍ତ ହୋଇଛନ୍ତି।

ଆର୍ମେନିଆ ମଧ୍ୟ ଦୁଇଟି ଆଜେରବାଇଜାନ ହେଲିକପ୍ଟରକୁ ଆକ୍ରମଣ କରି ତଳେ ପକାଇ ଦେଇଛି । ଏଥିସହ ତୋପ ସହିତ ତିନୋଟି ଟ୍ୟାଙ୍କକୁ ଟାର୍ଗେଟ କରିଛି ବୋଲି ଦାବି କରିଛି, କିନ୍ତୁ ଆଜେରବାଇଜାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ନାଗର୍ଣ୍ଣୋ-କରବାଖକୁ କାବୁ କରିବା ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ତେବେ ଏଥର ଯୁଦ୍ଧ କାହିଁକି ଆରମ୍ଭ ହୋଇଛି ତାହା ଏପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

LEAVE A REPLY

Please enter your comment!
Please enter your name here