36.7 C
Bhubaneswar
Tuesday, April 16, 2024
Homeଓଡିଶାଶିଶୁ ପାଇଁ ଦୁଇ ମା’ଙ୍କ ମଧ୍ୟରେ ଲଢ଼େଇ: ପୁଅଙ୍କୁ ପାଇବାକୁ ଏସ୍‌ପିଙ୍କ ଦ୍ୱାରସ୍ଥ ମା’

ଶିଶୁ ପାଇଁ ଦୁଇ ମା’ଙ୍କ ମଧ୍ୟରେ ଲଢ଼େଇ: ପୁଅଙ୍କୁ ପାଇବାକୁ ଏସ୍‌ପିଙ୍କ ଦ୍ୱାରସ୍ଥ ମା’

ପାଳିତ ପୁଅଙ୍କୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ
ବ୍ରହ୍ମପୁର: ଛୋଟିଆ ଶିଶୁ ପୁତ୍ରକୁ ନେଇ ଜନ୍ମିତ ମା’ ଓ ପାଳିତ ମା’ ମଧ୍ୟରେ କିଛି ବର୍ଷ ହେବ ଲଢ଼େଇ ଲାଗି ରହିଛି । ଏହି ଘଟଣାକୁ ନେଇ ଏବେ ଜନ୍ମକଲା ମା’ ବ୍ରହ୍ମପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସ୍‌ପିଙ୍କ ଅନୁପସ୍ଥିତରେ ଡିଏସ୍‌ପି ନୀରଞ୍ଜନ ଧୀରଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ ଦେଇଛନ୍ତି । ଉଭୟ ପରିବାର ମଧ୍ୟରେ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ମମତା ବେହେରାଙ୍କ ଘର କଟକ ହୋଇଥିବା ବେଳେ ସେ ବିଶାଖାପାଟଣାରେ ଦୀର୍ଘ ଦିନ ଧରି ରହୁଥିଲେ । ତାଙ୍କର ଦୁଇଟି ପୁଅ ଗୋଟିଏ ଝିଅ ଅଛନ୍ତି । ସେହିପରି ପାଳିତ ମା’ କୁହାଯାଉଥିବା ରେଣୁବାଳା ବେହେରାଙ୍କ ଘର କୋରାପୁଟ ଜିଲ୍ଲା ସୁନାବେଢ଼ା ହୋଇଥିବା ବେଳେ ସେ ମଧ୍ୟ ବିଶାଖାପାଟଣାରେ ଦୀର୍ଘ ବର୍ଷ ଧରି ରହି ଆସଛନ୍ତି ।

ମମତାଙ୍କ ସ୍ୱାମୀ ସାରଦା ବେହେରା ଓ ରେଣୁବାଳାଙ୍କ ସ୍ୱାମୀ ବ୍ରହ୍ମାନନ୍ଦ ମହାରଣା ଦୁଇ ବନ୍ଧୁ ଅଟନ୍ତି । ମମତାଙ୍କ ସାନ ପୁଅଙ୍କୁ ଜନ୍ମ ହେବାର ୬ ଦିନ ପରେ ତାଙ୍କ ଶରୀର ଅସୁସ୍ଥ ହୋଇ ଥିବାରୁ ସେ ଏକ ହସ୍‌ପିଟାଲ୍‌ରେ ଚିକିତ୍ସିତ ହୋଇଥିଲେ । ଏହି ସମୟରେ ଛୋଟ ଶିଶୁଟିର ଲାଳନ ପାଳନ ସମସ୍ୟା ହେବା ଯୋଗୁଁ ରେଣୁବାଳା ଉକ୍ତ ନିଜ ପାଖକୁ ନେଇ ଥିବା ବେଳେ ସୁସ୍ଥ ହେବା ପରେ ଶିଶୁଟିକୁ ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ରେଣୁବାଳାଙ୍କ କୌଣସି ସନ୍ତାନ ନଥିବାରୁ ସେ ଶିଶୁକୁ ନିଜ ପାଖରେ ରଖିଦେବା ପାଇଁ ମନସ୍ଥ କରିଦେଇଥିଲେ । ନିଜ ପୁତ୍ରଙ୍କୁ ଫେରାଇବା ନିମନ୍ତେ ମମତା ବାରମ୍ବାର ଅନୁରୋଧ କରିଥିବା ବେଳେ କରୋନାର ଆଳ ଦେଖାଇ ରେଣୁବାଳା ଶିଶୁକୁ ଫେରାଇ ନଥିଲେ । ଏଥି ମଧ୍ୟରେ ୩ ବର୍ଷ ବିତିଯାଇଥିବା ବେଳେ ଶିଶୁଟିକୁ ନେଇ ରେଶୁବାଳା କୋରାପୁଟ ଜିଲ୍ଲା ସୁନାବେଢ଼ା ଚାଲିଆସିଥିଲେ । ଉକ୍ତ ଶୁଶୁକୁ ନେଇ ବିିଭିନ୍ନ ସମୟରେ ରେଣୁବାଳା ତାଙ୍କ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ପାଟିତୁଣ୍ଡ ଲାଗି ରହୁଥିଲା ।

ଯାହାକୁ ନେଇ ରେଣୁବାଳା ତାଙ୍କ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ନାମରେ ନିର୍ଯ୍ୟାତନା ମାମଲା କୋରାପୁଟ ସୁନାବେଢା ଥାନାରେ ଦେଇ ଶିଶୁଟିକୁ ଧରି ସେ ବ୍ରହ୍ମପୁରସ୍ଥିତ ତାଙ୍କ ମାଆ ଘର ବୈକୁଣ୍ଠ ନଗର ଆସିଯାଇଥିଲେ । ଉକ୍ତ ଶିଶୁକୁ ନେଇ ରେଣୁବାଳା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବୈକୁଣ୍ଠ ନଗରରେ ରହୁଥିବା ଯାଣିବାକୁ ପାଇଥିଲେ । ଶିଶୁଟିକୁ ଫେରାଇବା ନେଇ ରେଣୁଙ୍କୁ ଦୁଇ ଭାଉଜ ଉଷା ମହାରଣା ଓ ସିପ୍ରା ମହାରଣା ବାଧ୍ୟ କରିବା ପରେ ସେମାନଙ୍କ ସହ ମଧ୍ୟ ରେଣୁ ଝଗଡା ଲାଗିଥିଲେ । ଏହା ସହ ତାଙ୍କ ଭାଇଙ୍କୁ କହି ଉଭୟ ଯାଆଙ୍କୁ ଘରୁ ବାହାର କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଆଜି ନିଜ ଶିଶୁକୁ ନେବା ପାଇଁ ବୈକୁଣ୍ଠ ନଗରରେ ପହଞ୍ଚିଥିଲେ । ଶିଶୁଟିକୁ ମାଗିବା ବେଳେ ସେଠାରେ ଉଭୟ ମମତା ଏବଂ ରେଣୁବାଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହା ଫଳରେ ସବୁ ଦିଗରୁ ନିରାଶ ହୋଇ ଥିବାରୁ ଆଜି ସମାଜସେବୀ ପ୍ରମିଳା ତ୍ରୀପାଠୀଙ୍କ ସହ ଶିଶୁର ଜନ୍ମ କଲା ମାଆ ମମତା ବେହେରା, ତାଙ୍କ ସ୍ୱାମୀ ଶିବ ପ୍ରସାଦ ବେହେରା ଓ ଶିଶୁକୁ ଲାଳନ ପାଳନ କରି ରଖିଥିବା ରେଣୁବାଳାଙ୍କ ସ୍ୱାମୀ ବ୍ରହ୍ମାନନ୍ଦ ମହାରଣାଙ୍କ ସହ ଦୁଇ ଯାଆ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଆସି ଶିଶୁଟିକୁ ହସ୍ତାନ୍ତର ପାଇଁ ଏସ୍‌ପିଙ୍କ ଅନୁପସ୍ଥିତିରେ ଡିଏସପିଙ୍କୁ ଅନୁରୋଧ କରିବା ସହ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking