ନିରାଡ଼ମ୍ବରେ ପାଳିତ ହେଲା ଆଲୋକ ପର୍ବ ଦୀପାବଳି

ନୟାଗଡ : ନିରାଡ଼ମ୍ବର ରେ ପାଳିତ ହେଲା ଆଲୋକ ପର୍ବ ଦୀପାବଳି। କାହିଁ ଆବହମାନ କାଳରୁ ପିତୃପୁରୁଷଙ୍କ ଲାଗି ଏ ପରମ୍ପରା ଲାଗିରହିଛି। ସବୁ ବର୍ଷ ଧୂମଧାମ ରେ ପାଳିତ ହେଉଥିଲାବେଳେ ଏବର୍ଷ ନିଆରା ଦୃଶ୍ୟ ଦେଖିବାକୁ ମିଳି ଥିଲା ନୟାଗଡ ଜିଲ୍ଲା ପୁରୁଣା ସହରର ୱାର୍ଡ ନମ୍ବର 4 ଓ ଜଗତନାଥ ଜଗନ୍ନାଥଙ୍କ ମନ୍ଦିର ଠାରେ, କରୋନା ତା’ର କାୟା ବିସ୍ତାର କରିଥଲାବେଳେ ସରକାରଙ୍କ ନୀତିନିୟମ ସହ ବାଣ ଫୁଟାଇବା ମନା ହୋଇଥିବାରୁ ଜନସଧାରଣ ସଚେତନ ହୋଇ କେବଳ ଦୀପ ଜାଳି, ବଡ ବଡ଼ିଆ ଟେକି ଥିଲେ। ପିତୃପୁରୁଷଙ୍କ ଜୟଧ୍ବନୀରେ କମ୍ପି ଉଠୁ ଥିଲା ପବିତ୍ର ସ୍ଥାନ। ଖୁସିର ମାହୋଲ ଥିଲା ବେଳେ ବଡବଡିଆ ଡାକରେ ଖୁସିର ଲହରୀ ଦେଖା ଯାଇଥିଲା। ଏ ପରମ୍ପରାର ଵିଧି ଅନୁଯାଇ ପୂଜା ଅର୍ଚନା କରି ବଡବଡିଆ ଟେକି ନିରାଡ଼ମ୍ବରରେ ଆଲୋକ ପର୍ବ ଦୀପାବଳିକୁ ପାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here