32.1 C
Bhubaneswar
Thursday, March 28, 2024
Homeଓଡିଶାମହିଳା ଦାଦନଙ୍କ କରୁଣ କାହାଣୀ : ୨ ନବଜାତ ଶିଶୁକୁ ଗଳାଚିପି ହତ୍ୟା

ମହିଳା ଦାଦନଙ୍କ କରୁଣ କାହାଣୀ : ୨ ନବଜାତ ଶିଶୁକୁ ଗଳାଚିପି ହତ୍ୟା

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବହୁ ଲୋକ ଦାଦନ ଖଟିବାକୁ ଯାଉଥିବାବେଳେ ଏକ ଅଭାବନୀୟ ଘଟଣା ଜଣାପଡ଼ିଛି। ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଧାମନପୁର ପଞ୍ଚାୟତ ଅଧିନ ବୋରଗୁମା ଗ୍ରାମରେ ଜଣେ ବିଧବା ମହିଳା ଓ ଜଣେ ୨୨ବର୍ଷୀୟ ଝିଅ ପେଟପାଟଣା ପାଇଁ ଦାଦନ ଖଟିବାକୁ ଗୋଆକୁ ଯାଇଥିଲେ । ସେଠାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବେହେରେନସିଲ ଗ୍ରାମର ତ୍ରୀପାଲ ନାଏକ ନାମକ ଜଣେ ଯୁବକଙ୍କ ସହ ସାଙ୍ଗରେ କାମ କରୁଥିଲେ । ଦଶ ପନ୍ଦର ଦିନ ସାଙ୍ଗରେ କାମ କଲା ପରେ ଯୁବକ ଜଣକ ମୁଁ ଅବିବାହିତ ବୋଲି କହି  ଦୁଇ ଜଣଙ୍କ ସାଙ୍ଗରେ ସମ୍ପର୍କ ସ୍ଥାପନ କରିଥିଲା । ଦୁଇ ଜଣଙ୍କୁ ଅନେକ ପ୍ରଲୋଭନ ଦେଖାଇ ନିଜ ସ୍ତ୍ରୀ ହିସାବରେ ଦୁଇ ଜଣଙ୍କୁ ରଖିବି ବୋଲି କହି ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା ।

ପରେ ଦୁଇ ଜଣଙ୍କୁ ଦୁଇ ଗୋଟି ଛୁଆ ଜନ୍ମ ହୋଇଥିଲା । ଜନ୍ମ ହେବା କ୍ଷଣି ଦୁଇଟି ଛୁଆକୁ ସଇତାନ ପ୍ରେମିକ ଜଣକ ମାରିଦେଇଥିଲା । ତଥାପି ଦୁଇ ଜଣ ଧୈର୍ଯ୍ୟ ଧରି ପ୍ରେମିକର ସ୍ତ୍ରୀ ହିସାବରେ ରହୁଥିଲେ । ପୁଣି ଥରେ ସଇତାନ ପ୍ରେମିକ ଜଣକ ୨୨ ବର୍ଷୀୟ ଝିଅକୁ ଦୁଇ ମାସର ଅନ୍ତସତ୍ୱା କରି ଗତ ଜୁଲାଇ ୪ ତାରିଖ ଦିନ ଦୁଇ ଜଣ ମହିଳାଙ୍କୁ ଗୋଆ ରୁ ନିଜ ଘର ବୋରିଗୁମାକୁ ଆଣି ଛାଡି  ମୁଁ ପୂର୍ବରୁ ବାହା ହୋଇଛି ଓ ମୋର ପିଲା ଛୁଆ ଅଛନ୍ତି କହି ସେଠାରୁ ନିଜଗାଁ ବେହେରେନସିଲକୁ ଚାଲିଯାଇଥିଲା ।

ପୁଣି ଯୁବକ ଜଣକ ଗତ ଜୁଲାଇ ୨୬ ତାରିଖ ଦିନ ଉକ୍ତ ଝିଅକୁ ଅପହରଣ କରିନେବାରୁ ଘର ଲୋକେ ଖୋଜାଖୋଜି ପରେ ବ୍ରାହ୍ମଣିଗୁଡା ଜଙ୍ଗଲରୁ ଉଦ୍ଧାର କରି ଘରକୁ ଆଣିଥିଲେ । ଏନେଇ ବିଧବା ମହିଳା ଓ ୨୨ ବର୍ଷୀୟ ଝିଅ ଦଶପୁର ଫାଣ୍ଡିରେ ଏତଲା ଦେଇଥିଲେ । ତଦନ୍ତ ପରେ ଯୁବକ ଓ ଉକ୍ତ ଝିଅକୁ ପୋଲିସ ଗିରଫ କରି ୧ ତାରିଖ ଦିନ କୋର୍ଟ ଚାଲାଣ କରିଥିଲା । ରିମାଣ୍ଡ ସମୟରେ କଳାହାଣ୍ଡି ଏସ୍‌ପିଙ୍କ ନିର୍ଦ୍ଧେଶ ଅନୁଯାୟୀ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଗୋଆର କ୍ରାଇମ ସ୍ପଟ୍‌କୁ ଯାଇ ପୋଲିସ ତଦନ୍ତ କରି ଫେରିଥିବା ବେଳେ ଗୋଟିଏ  ଛୁଆର ମୃତଦେହ ପାଇଥିବା ବେଳେ ଆଉ ଗୋଟିଏ ଛୁଆର ମୃତଦେହ ମିଳି ନଥିଲା । ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking