31.1 C
Bhubaneswar
Friday, March 29, 2024
Homeଓଡିଶାମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟା

ମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟା

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ସ୍ଥିତ ନୂଆଁ ସାହିରେ ଭଡା ଘରେ ରହୁଥିବା ମହିଳା କନେଷ୍ଟବଳ ଯାଜ୍ଞସିନୀ ବେହେରା (୨୭) ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମହିଳା ଜଣକ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଏପିଆର ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି। ଘଟଣା ନେଇ ମୃତ ମହିଳା କନେଷ୍ଟବଳଙ୍କ ମା’ ଭାବେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଗୋପାଳପୁର ପୋଲିସ ବ୍ରହ୍ମପୁର ବଡ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଏହା ନେଇ ଏକ ଅପମୃତ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ମାଧବାନନ୍ଦ ନାୟକ କହିଛନ୍ତି। ସୂଚନା ଅନୁଯାୟୀ,  ମୃତ ଯାଜ୍ଞସିନୀଙ୍କ ସ୍ଵାମୀ ଟି. ଜନାର୍ଦ୍ଦନ ଜେନା ମଧ୍ୟ ଏପିଆର କନେଷ୍ଟବଳ ଭାବେ କାର୍ଯ୍ୟରତ ରହିଛନ୍ତି। ଶୁକ୍ରବାର ଦିନ ନବ ଜନ୍ମିତ ଝିଅର ୨୧ ଦିନ ପାଳନ କରାଯାଇଥିଲା। ଘରେ ଉଭୟ ପରିବାରର ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ ରହିଥିଲେ। କୌଣସି କାରଣରୁ ଯାଜ୍ଞସିନୀ ସମସ୍ତେ ଶୋଇ ପଡିବା ପରେ ରାତିରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଝୁଲନ୍ତା ଅବସ୍ଥାରେ ଯାଜ୍ଞସିନୀକୁ ଦେଖି ଉଦ୍ଧାର କରିବା ସହ ତୁରନ୍ତ ବ୍ରହ୍ମପୁର ମେଡ଼ିକାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପୁଲିସ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking