28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗସୁବ୍ରତ ଜେନାଙ୍କୁ ଅନ୍ତର୍ଜାତୀୟ ୟୁଥ ଆଇକନ ଆୱାର୍ଡ଼

ସୁବ୍ରତ ଜେନାଙ୍କୁ ଅନ୍ତର୍ଜାତୀୟ ୟୁଥ ଆଇକନ ଆୱାର୍ଡ଼

ଯାଜପୁର: ସୁର୍ୟୋଦୟ ଭାଷା ଓ ସାହିତ୍ୟ ପ୍ରତିଷ୍ଠାନର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ଶୁରଡିହ (ବାବଲପୁର) ଗ୍ରାମର ଯୁବକବି ଶ୍ରୀଯୁକ୍ତ ସୁବ୍ରତ କୁମାର ଜେନାଙ୍କୁ “ଅନ୍ତର୍ଜାତୀୟ ୟୁଥ ଆଇକନ ଆୱାର୍ଡ଼ ” ସମ୍ମାନରେ ସମ୍ମାନୀତ କରାଯାଇଅଛି। ଏଥିରେ ୩୫ଟି ଦେଶର ଯୁବ ପ୍ରତିଭା ମାନେ ଯୋଗଦାନ କରିଥିଲେ । ପ୍ରତିଷ୍ଠାନ ପକ୍ଷରୁ ସମ୍ପାଦକ ମନୋଜ କୁମାର ପଣ୍ଡା,ସୌଜନ୍ୟ ସମ୍ପାଦକ ଦୀପକ କୁମାର ସ୍ୱାଇଁ,ଉପଦେଷ୍ଟା ରୋହିଣୀ କୁମାର ବେହେରା ଶ୍ରୀଯୁକ୍ତ ଜେନାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏଥିପାଇଁ ସ୍ଥାନୀୟ ବାବଲପୁର ଅଞ୍ଚଳର ଜାତୀୟ ସମାଜ କଲ୍ୟାଣକାରୀ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ, ନେଡ଼ରେଟ ଫାଉଣ୍ଡେସନ, ଆର.ଡି. ଏମ.ଏସ ଅଫ ଆର୍ଟ ଆଣ୍ଡ କଲଚର,ବିଶ୍ୱଭାରତୀ ଫାଉଣ୍ଡେସନ, ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ,ଆଇ.ଏମ.ଆର.ସି,ଇପମର, ଆଶା ଆକାଶ କ୍ଲବ,ବନାନୀ ସମେତ ବିଭିନ୍ନ ସଙ୍ଗଠନ ଓ ଗ୍ରାମବାସୀଙ୍କ ତରଫରୁ ଶ୍ରୀଯୁକ୍ତ ଜେନାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ନୂତନ ସାରସ୍ବତ ସାଧକ ସାଧିକାମାନେ ଆଗେଇ ଆସି ସମାଜପାଇଁ ଲେଖନୀ ଚାଳନା କରିବାକୁ ଶ୍ରୀଯୁକ୍ତ ଜେନା ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking