29.1 C
Bhubaneswar
Wednesday, April 24, 2024
Homeଖେଳବିଦାୟୀ ମ୍ୟାଚ୍‌ରେ ହାରିଲେ ଫେଡେରର୍‌

ବିଦାୟୀ ମ୍ୟାଚ୍‌ରେ ହାରିଲେ ଫେଡେରର୍‌

ଲଣ୍ଡନ: ୨୦ଟି ଗ୍ରାଣ୍ଡସ୍ଲାମ୍ ଜିତି ଓପନ୍ ଏରାରେ ଚମତ୍କାର ସଫଳତା ପାଇଥିବା ସ୍ୱିଜରଲ୍ୟାଣ୍ଡ୍‌ର ପୂର୍ବତନ ଏକ ନମ୍ବର ଟେନିସ୍ ଖେଳାଳି ରୋଜର୍ ଫେଡେରର୍ ପୂର୍ବ ଘୋଷଣା ମୁତାବକ ଏଠାରେ ଲାଭେର୍ କପ୍‌ରେ ତାଙ୍କ କ୍ୟାରିୟର୍‌ର ଅନ୍ତିମ ମ୍ୟାଚ୍ ଖେଳିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ସେ ତାଙ୍କର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ସ୍ପେନ୍‌ର ରାଫେଲ୍ ନାଡାଲଙ୍କ ସହ ମିଶି ଡବଲ୍ସ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ। କିନ୍ତୁ ସେ ତାଙ୍କର ବିଦାୟୀ ମ୍ୟାଚ୍‌ରେ ଆମେରିକାର ଜ୍ୟାକ୍ ସୋକ୍‌-ଫ୍ରାନ୍ସେସ୍ ଟିଆଫୋ ଯୋଡ଼ିଠାରୁ ୬-୪, ୨-୭(୨/୭), ୯-୧୧ରେ ପରାସ୍ତ ହୋଇଛନ୍ତି । ତେବେ ମ୍ୟାଚ୍ ପରେ ଏହି ଦୁଇ ଖେଳାଳି ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ କେତେ ଆତ୍ମୀୟତା ରହିଛି, ତାହା ପ୍ରମାଣିତ ହୋଇଥିଲା । କାରଣ ବିଦାୟୀ ମ୍ୟାଚ୍ ପରେ ଦର୍ଶକଙ୍କ ସମ୍ମୁଖରେ ଉଭୟ ଫେଡେରର୍ ଓ ନାଡାଲ୍ ବେଶ୍ ଭାବପ୍ରବଣ ହୋଇପଡ଼ିଥିଲେ । ଏପରିକି “ବିଗ୍ ଥ୍ରୀ’ର ଅଂଶବିଶେଷ ଏହି ଦୁଇ ଖେଳାଳି କାନ୍ଦୁଥିବା ଦେଖିବାକୁ ମିଳିଥିଲା ।

ଜୀବନର ଶେଷ ମ୍ୟାଚ୍ ଖେଳୁଥିଲେ ହେଁ ତାଙ୍କ ଉପରେ କୌଣସି ଚାପ ନ ଥିଲା ଓ ସେ ପରାଜୟ ସତ୍ତ୍ୱେ ମ୍ୟାଚ୍‌ର ପ୍ରତିଟି କ୍ଷଣକୁ ଉପଭୋଗ କରିଥିଲେ । ପ୍ରଶଂସକ, ପରିବାର ସଦସ୍ୟ, ବନ୍ଧୁଙ୍କ ଗହଣରେ ସେ ମ୍ୟାଚ୍‌ର ଭରପୂର ମଜା ନେଇଥିବା ଫେଡେରର୍ କହିଥିଲେ । ସେହିପରି ନାଡାଲ୍ କହିଥିଲେ ଯେ ଫେଡେରର୍‌ଙ୍କ ପରି କିମ୍ବଦନ୍ତୀ ଖେଳାଳିଙ୍କ ଅନ୍ତିମ ମ୍ୟାଚ୍‌ରେ ତାଙ୍କ ଯୋଡ଼ିଦାର ଭାବେ ସାମିଲ୍ ହୋଇ ସେ ନିଜକୁ ବେଶ୍ ଗର୍ବିତ ମନେ କରୁଛନ୍ତି । ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ଉପଲବ୍‌ଧି ସମୟରେ ଫେଡେରର୍ ତାଙ୍କ ପାଖାପାଖି ରହିଥିବାରୁ ତାଙ୍କୁ ବିଦାୟ ଦେବା ବେଳେ ସେ ନିଜର ଭାବପ୍ରବଣତାକୁ ଲୁଚାଇ ପାରୁ ନଥିବା ନାଡାଲ୍ କହିଥିଲେ । ସେହିପରି ଉଭୟଙ୍କ ଏହି ଭାବପ୍ରବଣତା ପୂର୍ଣ୍ଣ ସମୟର ଏକ ଫଟୋ ସୋସିଆଲ୍ ମିଡିଆରେ ଅପଲୋଡ୍ କରି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ପାଇଁ ଏହା କ୍ରୀଡ଼ା ଜଗତର ସର୍ବଶ୍ରେଷ୍ଠ ଫଟୋ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking