32.8 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଝିଅର ସ୍କୁଲ ହ୍ୱାଟ୍ସଆପ୍ ଗ୍ରୁପରେ ପିତା ପଠାଇଲେ.....

ଝିଅର ସ୍କୁଲ ହ୍ୱାଟ୍ସଆପ୍ ଗ୍ରୁପରେ ପିତା ପଠାଇଲେ…..

ଜୟପୁର : ରାଜସ୍ଥାନର ଜୟପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଅନଲାଇନ୍ କ୍ଲାସ ଚାଲିଥିବା ବେଳେ ଭୁଲବଶତଃ ଜଣେ ଝିଅର ପିତା ସ୍କୁଲର ହ୍ୱାଟ୍ସଆପ ଗ୍ରୁପରେ ଅଶ୍ଳୀଳ ଭିଡିଓ ପଠାଇଥିଲେ । ଏପରି ଘଟଣା ପରେ ଅଭିଯୁକ୍ତ ପିତାକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ ୫ ବର୍ଷ ଜେଲଦଣ୍ଡ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ଜୟପୁରରେ ଜଣେ ପିତା ଭୁଲରେ ନିଜ ଝିଅର ସ୍କୁଲ ହ୍ୱାଟ୍ସଆପ ଗ୍ରୁପରେ ଗୋଟିଏ ନୁହେଁ, ବରଂ ୧୦ଟି ଅଶ୍ଲୀଳ ଭିଡିଓ ପଠାଇଥିଲେ । ମୁହାନ ଅଞ୍ଚଳର କଲ୍ୟାଣପୁରର ସରକାରୀ ସ୍କୁଲର ଅନଲାଇନ କ୍ଲାସ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ଅଶ୍ଲୀଳ ଭିଡିଓ ଆସିଥିଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ପିଲାଙ୍କ ଅଭିଭାବକଙ୍କ ସମେତ ସ୍କୁଲ ପ୍ରଶାସନ ବି ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ସ୍କୁଲ ପ୍ରଶାସନ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଅଭିଯୁକ୍ତ ପିତା ସାବିର ଅଲୀଙ୍କୁ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking