27.1 C
Bhubaneswar
Thursday, April 25, 2024
Homeଅପରାଧନାବାଳିକା ଝିଅ ସହ ଦୁଷ୍କର୍ମର ପରିଣତି ଫାଶି

ନାବାଳିକା ଝିଅ ସହ ଦୁଷ୍କର୍ମର ପରିଣତି ଫାଶି

ଗୁଜୁରାଟ: ଦିନକୁ ଦିନ ଦୁଷ୍କର୍ମ ,ଦୁର୍ବବ୍ୟବହାର ଭଳି ଘଟଣା ବଢିବାରେ ଲାଗିଛି । ଝିଅଟି କେଉଁଠି ବି ସୁରକ୍ଷିତ ନୁହେଁ । ଘରେ ନୁହେଁ କି ବାହାରେ ମଧ୍ୟ ନୁହେଁ । କେବେ ଶିକ୍ଷକ ଦୁଷ୍କର୍ମ କରୁଛି ତ କେବେ ଦୁର୍ବବ୍ୟବହାର । କେବେ ଘର ଲୋକଙ୍କ ଦ୍ୱାରା ଦୁଷ୍କର୍ମ ତ କେବେ ବାହାର ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଉଛି ଝିଅଟି । ତେବେ ପୁଣି ଏଭଳି ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି । ଗୁଜୁରାଟ ସୁରଟରେ ଜଣେ ଓଡିଆ ବ୍ୟକ୍ତିକୁ ଫାଶି ଦଣ୍ଡାଦେଶ ହୋଇଥିବା ଜଣାପଡିଛି । ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶି ଦଣ୍ଡ । ଦୋଷୀ ଟୁକୁନା ଦାସଙ୍କୁ ଫାଶି ଦଣ୍ଡ ଦେଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ।
ସୂଚନା ଅନୁର୍ସାରେ,୨୦୧୭ ଜୁନ ୨୯ରେ ୧୪ବର୍ଷର ଝିଅକୁ ହତ୍ୟା କରିଥିଲା ବାପା । ନାବାଳିକା ଗର୍ଭରେ ଥିବା ଭ୍ରୁଣ ସହ ଟୁକୁନା ଡିଏନଏ ମିଶିଥିବା ଜଣାପଡିଥିଲା । ଝିଅକୁ ଗର୍ଭବତୀ ପରେ ଟୁକୁନା ତଣ୍ଟିଚିପି ମାରିଥିବା ଜଣାପଡିଥିଲା । ଏହାକୁ ନେଇ ସେତେବେଳେ ଓଡିଶା ଓ ସୁରଟରେ ଚାଞ୍ଚଲ୍ୟ ଖେଳିଥିଲା । ତେବେ ଘଟଣାର ତଦନ୍ତ ପରେ ବାପା ଟୁକୁନା ହିଁ ହତ୍ୟା କରିଥିବା ଜାଣିବାକୁ ପାଇଥିଲା ପୋଲିସ । ତେବେ ମୃତ୍ୟୁ ବେଳକୁ ନାବାଳିକା ୬ମାସର ଗର୍ଭବତୀ ଥିବା ଜଣାପଡିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking