ପ୍ରେମିକା ସାମ୍ନାରେ ପ୍ରେମିକ କୁ ଟାଙ୍ଗିଆରେ ହାଣିଲେ ବାପା …

ଟାଙ୍ଗରପାଲି : କ୍ରୋଧ ମଣିଷର ବଡ ଶତ୍ରୁ ଏ କ୍ରୋଧ କୁ ନିୟନ୍ତ୍ରଣ କରିନପାରି ଘଟିଛି ଅଭାବନୀୟ ଘଟଣା । ଗତ ଦୁଇ ଦିନ ପୂର୍ବେ ସଂଘଟିତ ସାନପତ୍ରାପାଲି ହରେଶ ନାଏକଙ୍କ ହତ୍ୟା ଘଟଣାର ହୋଇଛି ପର୍ଦାଫାସ । ପ୍ରେମ ବ୍ୟାପାରକୁ ନେଇ ଜୀବନ ନେଇଛି ପ୍ରେମିକାର ବାପା। ନିଜ ପରିବାର ସମ୍ମାନ ରଖିବା ପାଇଁ ଝିଅ ଆଗରେ ଟାଙ୍ଗିଆରେ ହାଣି ସେ ଝିଅର ପ୍ରେମିକକୁ ହତ୍ୟା କରିଛି। ପୁଲିସ ହତ୍ୟାକାରୀ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସାନପତ୍ରାପାଲି ଗାଁର ହରେଶ ପଡୋଶୀ ଖୁଣ୍ଟଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ।ଭଲ ପାଇବା ଏତେ ବଢିଯାଇଥିଲା ଯେ ଦୁହେଁ ଦୁହିଁଙ୍କୁ ନଦେଖି ରହିପାରୁନଥିଲେ କିନ୍ତୁ ତାଙ୍କର ଏହି ମିଳାମିଶାକୁ ପ୍ରେମିକାଙ୍କ ବାପା ଅମିନ୍ ନାଏକ ବିରୋଧ କରି ଆସୁଥିଲେ। ଏପରିକି ସେ ହରେଶକୁ ଝିଅ ସହିତ ମିଳାମଶା ନ କରିବାକୁ ଅନେକ ଥର ତାଗିଦ୍ କରିଥିଲେ। କିନ୍ତୁ ସେମାନେ ଅମିନଙ୍କ କଥାକୁ ଭ୍ରୂକ୍ଷେପ କରିନଥିଲେ । ବାରମ୍ବାର କହିବା ପରେ ନ ମାନିବରୁ ଏଥିରେ ଅମିନ କ୍ରୋଧାନ୍ଵିତ୍ୟ ହୋଇ ଝିଅର ପ୍ରେମିକ ହରେଶଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଗତ ବୁଧବାର ଦିନ ହରେଶ ପ୍ରେମିକା ସହିତ ଦେଖା କରିବାଲାଗି ଖୁଣ୍ଟଗାଁ ନାଳକଡ଼କୁ ଯାଇଥିଲା। ଅମିନ୍ ଏକଥା ଜାଣିପାରି ଏକ ଟାଙ୍ଗିଆ ଧରି ସେଠାରେ ପହଞ୍ଚି ଝିଅର ଆଖି ଆଗରେ ହରେଶଙ୍କୁ ଚୋଟ ପରେ ଚୋଟ ପକାଇଥିଲେ। ଗୁରୁତର ଅବସ୍ଥାରେ ହରେଶଙ୍କୁ ବୁର୍ଲା ନିଆଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଅମିନ ନାଏକ ଗିରଫ ହେବା ପରେ ସେ ନିଜର ଦୋଷ ସ୍ୱୀକାର କରିଥିବା ପୁଲିସ ପାଖରୁ ସୂଚନା ମିଳିଛି ।