ବାପାର ଗୁଳିମାଡରେ ପୁଅ ମୃତ

young man dead, forest depat worker attacked thinking that he is a hunter

କଟକ: କଟକ ବାରଙ୍ଗ ବେଣ୍ଟୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଘଟଣାଟି ହେଲା ବାପାର ଗୁଳିମାଡରେ ପୁଅର ମୃତ୍ୟୁ ହୋଇଛି । ପାରିବାରିକ କଳହ ପାଇଁ ଦେଶୀ ବନ୍ଧୁକରେ ପୁଅକୁ ଗୁଳି କରିଛି ବାପା । ଏ ଘଟଣା ସଂପର୍କରେ ଖବର ପାଇ ବାରଙ୍ଗ ପୋଲିସ ପହଂଚିଛି । ତେବେ ପୁଅକୁ ଗୁଳି ମାରିବା ପରେ ଅଭିଯୁକ୍ତ ବାପା ଫେରାର ରହିଥିବା ସୂଚନା ମିଳିଛି । ସ୍ଥାନୀୟ ଅଂଚଳରେ ଏହାକୁ ନେଇ ଆତଙ୍କ ଖେଳି ଯାଇଥିବା ବେଳେ ସଂପୃକ୍ତ ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here