28.1 C
Bhubaneswar
Friday, March 29, 2024
Homeଅପରାଧ୨୦ଦିନର ଶିଶୁପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା

୨୦ଦିନର ଶିଶୁପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ କେଲାପଦର ପଞ୍ଚାୟତର ଗାଇବନ୍ଧା ଗ୍ରାମରେ ୨୦ଦିନର ଶିଶୁପୁତ୍ରକୁ ମା’କୋଳରୁ ଛଡ଼ାଇନେଇ ବାପା ଫେରାର ହୋଇଯାଇଥିବା ବେଳେ, ଗତ ୩୦ତାରିଖ ଦିନ ନିଜର ଶିଶୁପୁତ୍ରକୁ ଫେରିପାଇବା ଆଶାରେ ଅସହାୟ ମା’ ଝରିଗାଁ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ହେଲେ ଶୁକ୍ରବାର ପୁଲିସ ଗାଇବନ୍ଧା ଗାଁ ନିକଟସ୍ଥ ଶାଗଳବା ନାଳରେ ଏକ ପଥରରେ ବନ୍ଧାହୋଇ ମୃତଦେହକୁ ଉଦ୍ଧାର କରାଯାଇଛି । ସୂଚନା ଅନୂଯାୟୀ, କେଲାପଦର ପଞ୍ଚାୟତର ବାଘଡ଼ଙ୍ଗରୀ ଗ୍ରାମର କମାଏ ପୂଜାରୀ(୨୦)ଏବଂ ଗାଇବନ୍ଧା ଗ୍ରାମର ବାସୁଦେବ ଜାନୀ ପରସ୍ପରକୁ ଭଲପାଇ ଅନୈତିକ ସମ୍ପର୍କ ସ୍ଥାପନ ପରେ ଏକ ଶିଶୁପୁତ୍ରକୁ ଜନ୍ମଦେବା ପରେ ଗାଁରେ ସାମାଜିକ ବୈଠକ ବସାଇ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା । ତେବେ ଗତମାସ ୧୦ତାରିଖରେ ବାସୁଦେବ, କମାଏ ଠାରୁ ଶିଶୁପୁତ୍ରକୁ ଛଡ଼ାଇନେଇ କେଉଁଠାକୁ ପଳାଇଯାଇଥିଲା ଏବଂ ଘରକୁ ଆଉ ଫେରିନଥିଲା । ପରେ ପରିବାରର ସଦସ୍ୟ ବହୁ ଖୋଜାଖୋଜି ପରେ ମଧ୍ୟ ବାସୁଦେବ ସହ ଶିଶୁପୁତ୍ରକୁ ପାଇନଥିଲେ । ଶେଷରେ ମା’କମାଏ ନିଜଛୁଆକୁ ପାଇବା ଆଶାରେ ଝରିଗାଁ ଥାନାର ଦ୍ୱାରସ୍ଥ ହୋଇଥିଲା । ଥାନାଧିକାରୀ ରମେଶ ସାହୁ ଯଥାଶୀଘ୍ର ଶିଶୁକୁ ଖୋଜି ଆଣିବାର ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇ ବିଭିନ୍ନ ସ୍ଥାନରେ ଖୋଜିବା ପରେ ଗତକାଲି ବାସୁଦେବର ସନ୍ଧାନ ପାଇ ତାକୁ ଥାନାକୁ ଆଣିଥିଲେ । ପ୍ରଥମେ ବାସୁଦେବ ଛୁଆ ବିଷୟରେ କିଛି ଜାଣିନି ବୋଲି ସଫେଇ ଦେଉଥିଲା, ମାତ୍ର ଶେଷରେ ସବୁଦୋଷ ସ୍ୱୀକାର କରି ନିଜର ଶିଶୁପୁତ୍ରକୁ ତଉଲିଆରେ ତଣ୍ଡିଚିପି ମାରିବା ପରେ ଏକ ଦୁଇକେଜି ଓଜନର ପଥରରେ ବାନ୍ଧି ୨୯ତାରିଖ ଦିନ ରାତ୍ରରେ ଶାଗଳବା ନାଳରେ ପୁତ୍ରକୁ ଫିଙ୍ଗିଥିବା ଦୋଷ ସ୍ୱୀକାର କରି ଆଜି ସକାଳେ ଥାନାଧିକାରୀ ଉମେଶ ସାହୁ, ମାଜିଷ୍ଟ୍ରେଟ୍ ଚିନ୍ମୟ ସାଗର, ଏଏସଆଇ ଏମସିଏଚ ଦେହୁରୀ, ହୋମଗାର୍ଡ ଦେବେନ୍ଦ୍ର ପାଣ୍ଡେ, ଆବାସ ଅଲ୍ଲୀ, ଶ୍ରୀଧର ସାନ୍ତା, ଫୁଲସିଂ ସାନ୍ତା ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ଘଟଣା ବିବରଣୀ ଦେଖିବା ସହ ନାଳରୁ ମୃତ ଶିଶୁଟିର ଗଳିତ ଶବକୁ ଉଦ୍ଧାର କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking