40.1 C
Bhubaneswar
Thursday, April 25, 2024
Homeଅପରାଧବାପାଙ୍କ ମାଡ଼ରେ ଚାଲିଗଲା ପୁଅର ଜୀବନ

ବାପାଙ୍କ ମାଡ଼ରେ ଚାଲିଗଲା ପୁଅର ଜୀବନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଚିରୁଢ଼ିହୀ ଗ୍ରାମର ବାପା ବାଦୁ ଗଣ୍ଡଙ୍କ ଏକ ଠେଙ୍ଗା ମାଡ଼ରେ ପୁଅ ଧନସିଂ ଗଣ୍ଡ(୩୦)ଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ରାଇଘର ଥାନାଧିକାରୀ ସରିତା ମହାପାତ୍ର ପହଞ୍ôଚ ମାରିଥିବା ଚିହିନା ଖୁଣ୍ଟକୁ ଜବତ କରିବାସହ ମୃତକଙ୍କ ପିତା ବାଦୁଙ୍କୁ ଥାନାକୁ ଆଣି ଅଟକ ରଖି ପଚାରାଉଚୁରା କରୁଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଅଧିକ ତଦନ୍ତ ଚଳାଇଥିବା ଥାନାଧିକାରୀ ଶ୍ରୀମତୀ ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବାଦୁ ଗଣ୍ଡଙ୍କ ପୁଅ-ଧନସିଂ ଗଣ୍ଡ ପ୍ରତିଦିନ ମଦପିଇ ଘରେ ଗଣ୍ଡଗୋଳ କରିଆସୁଥିଲା । ସୋମବାର ପ୍ରଚୁର ମଦ୍ୟପାନ କରି ବିଳମ୍ବିତ ରାତ୍ରିରେ ଘରକୁ ଆସିଥିଲା । ସବୁଦିନ ଭଳି ଝଗଡ଼ା କରିଥିଲା ଧନସିଂ । ରାତିରେ ସମସ୍ତେ ଶୋଇପଡ଼ିଥିଲେ । ବାପା ବାଦୁ ଗଣ୍ଡ ମଧ୍ୟ ଶୋଇଡ଼ିଥିଲେ । ସେହିସମୟରେ ପୁଅ-ଧନସିଂ ନିଜବାପ ବାଦୁ ଗଣ୍ଡଙ୍କୁ ଗୋଇଠା ମାରିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବାପା ଘରେ ଥିବା ଧାନବାଡ଼ିଆ ଠେଙ୍ଗାରେ ପୁଅକୁ ପିଟିଦେଇଥିଲା । ଫଳରେ ଘଟଣାସ୍ଥଳରେ ପୁଅ-ଧନସିଂର ମୃତ୍ୟୁଘଟିଥିଲା । ଖବରପାଇ ରାଇଘର ଥାନାଧିକାରୀ ଶ୍ରୀମତୀ ମହାପାତ୍ର ପିତା ବାଦୁଙ୍କୁ ଥାନାରେ ଅଟକାଇ ପଚରାଉଚୁରା କରୁଛନ୍ତି । ବାଦୁ ଗଣ୍ଡଙ୍କର ୪ଟି ଝିଅ ବିବାହିତା ଏବଂ ଏକମାତ୍ର ପୁତ୍ର ଧନସିଂ ଅବିବାହିତ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking