39.1 C
Bhubaneswar
Wednesday, April 24, 2024
Homeଓଡିଶା୧୪ ମାସ ପରେ ପିତାକୁ ମିଳିଲା ପୁଅର ଷଢ଼ିଯାଇଥିବା ମୃତଦେହ

୧୪ ମାସ ପରେ ପିତାକୁ ମିଳିଲା ପୁଅର ଷଢ଼ିଯାଇଥିବା ମୃତଦେହ

ନୂଆଦିଲ୍ଲୀ : ଜଣେ ପିତା ପାଇଁ ଦୁନିଆରେ ସବୁଠୁ ପ୍ରିୟ ତା’ର ପୁଅ । ଯଦି ତା’ର ପୁଅ କେଉଁଠି ହଜିଯାଏ କିମ୍ବା ମୃତ୍ୟୁ ହୋଇଯାଏ ଅନ୍ତିମ ସଂସ୍କାର ପାଇଁ ଅତିକମରେ ପୁଅର ଶବଟି ପିତା ପାଇଁ ବଡ଼ ଆବଶ୍ୟକ ହୋଇଥାଏ । ଜଣେ ପିତା ତା’ର ପୁଅର ଶବ ପାଇବା ପାଇଁ ଦୀର୍ଘ ୧୪ ମାସର ପ୍ରତିକ୍ଷା ଓ ଖୋଜିବା ଭଳି ଦୁଃଖଦ ଖବର ଆଉ କ’ଣ ହୋଇପାରେ । ୨୦୨୦ ମସିହା ଅଗଷ୍ଟ ୨ ତାରିଖରେ ଇଦ ଦିନ ଘରୁ କୁଆଡେ ଚାଲିଯାଇଥିଲେ ନିଜର ୨୪ ବର୍ଷ ବୟସ୍କ ପୁଅ । ପୁଅକୁ ଖୋଜିବା ପାଇଁ ପିତା ଦିନ ରାତି ଏକ କରିଦେଇଥିଲେ ମଧ୍ୟ କୌଣସି ଖବର ପାଇ ପାରିନଥିଲେ । ଏଥିପାଇଁ ପିତା ସବୁ ଶବଖାନା, ମେଡିକାଲ, ମଶାଣୀ ଏପରିକି ଥାନା ସବୁଠି ଖୋଜି ନିରାଶ ହୋଇଥିଲେ । ହେଲେ ପୁଅ ସମ୍ପର୍କରେ କୌଣସି ଖୋଜ ଖବର ପାଇପାରି ନଥିଲେ । ସୂଚନା ଅନୁଯାୟୀ, ପୁଅ ଶାକିର ମଞ୍ଜୁର ଶୋପିଆ ବଲପୋରାରେ ସେନା କ୍ୟାମ୍ପରେ ରାଇଫଳ ମ୍ୟାନ୍ ଭାବେ ଥିଲେ । ହେଲେ ହଠାତ ସନ୍ତ୍ରାସବାଦୀଙ୍କ ଦ୍ୱାରା ଅପହରଣ ହୋଇ ଯାଇଥିଲେ । ଅପହରଣ ଦିନ ଠାରୁ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା । ଅପହରଣର ୭ ଦିନ ପରେ ଘର ଠାରୁ ୭ କିଲୋମିଟର ଦୂରରେ ପୁଅର ରକ୍ତ ଭିଜା ସାର୍ଟ ମିଳିଥିଲା । ପୁଣି କିଛି ଦୂରରେ ପୁଅର ଜୋତା ମିଳିଥିଲା । ଏମିତି ଦୀର୍ଘ ୧୪ ମାସର ଖୋଜାଖୋଜି ଭିତରେ ପୁଅର ଷଢ଼ିଯାଇଥିବା ଶବ ପିତାକୁ ମିଳିଥିଲା । ଏଭଳି ଦୁଃଖଦ ଘଟଣା ଜଣେ ପିତା ପାଇଁ ଅଧିକ କ’ଣ ହୋଇପାରେ । ପୁଅର ମୃତ ଶରୀର ପାଇବା ପରେ ପିତା ଯେତେବେଳେ ଆର୍ମି କ୍ୟାମ୍ପକୁ ପୁଅର ଖବର ନେଇ ଯାଆନ୍ତି ତ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଇଥିଲା । ପୁଅ ଜଣେ ସନ୍ତ୍ରାସବାଦୀ ଭାବେ ନିଖୋଜ ହୋଇଥିବା ନେଇ ଆର୍ମି କ୍ୟାମ୍ପରେ ସନ୍ଦେହ ପ୍ରକାଶ ପାଇଥିଲା । ହେଲେ ୧୪ ମାସର ଖୋଜା ଖୋଜି ପରେ ପୁଅର ମୃତ ଦେହ ପାଇଥିଲେ ପିତା । ପିତାଙ୍କର ଏତିକି ସନ୍ତୁଷ୍ଟି ଥିଲା ଯେ ତାଙ୍କ ପୁଅକୁ କେହି ଆତଙ୍କବାଦୀର ଆଖ୍ୟ ନଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking